Latest Odisha News

BREAKING NEWS

ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍: କୋହଲିଙ୍କ ଫର୍ମ ଓ ରେକର୍ଡ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୭ରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ବିଶେଷ କରି ବିରାଟ କୋହଲିଙ୍କ ପାଇଁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଗତ ଦୁଇଟି ଦିନିକିଆ ସିରିଜ୍‌ରେ ତାଙ୍କର ବ୍ୟାଟିଂ ନିରାଶାଜନକ ରହିଥିଲା । ୨୦୨୨ ସିରିଜରେ କୋହଲି ୩ଟି ପାଳିରେ ମାତ୍ର ୨୬ ରନ, ୨୦୧୯ରେ ୩ଟି ମ୍ୟାଚ୍‌ରେ ୮୯ ରନ  କରିଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ୬ଟି ଦିନିକିଆରେ ବିରାଟଙ୍କ ଏହି ପ୍ରଦର୍ଶନ ଚିନ୍ତାଜନକ ରହିଥିଲେ ବି, ଏଥର ଏକ ନୂଆ ସିରିଜ୍‌ରେ ସେ ଦମଦାର ଶୈଳୀରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି ।

ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ସିରିଜ୍‌ରେ ବିରାଟ କାର୍ଡିଫ୍‌ରେ ୬୫ ଏବଂ ଲର୍ଡସରେ ୭୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ ।  ସେ ୬ଟି ମ୍ୟାଚ୍‌ରୁ ୬୪ ହାରାହାରିରେ ୩୮୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୧ଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ଅଛି । ଗତ ଦୁଇଟି ସିରିଜ୍‌ରେ ବ୍ୟାଟ୍ ଚାଲିନଥିଲେ ବି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିରାଟଙ୍କ ଓଭରଅଲ୍ ରେକର୍ଡ ବେଶ୍ ଆକର୍ଷଣୀୟ ରହିଛି । ସେ ୬୬.୫ ହାରାହାରିରେ ୨,୨୬୧ ରନ କରିଛନ୍ତି । ଏଥିରେ ୯ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ସାମିଲ ।

Leave A Reply

Your email address will not be published.