ନୂଆପଡା: କମିଛି ବର୍ଷା ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଲଗାଣ ବର୍ଷା ନୂଆପଡା ଜିଲ୍ଲବାସୀଙ୍କ ପାଇଁ ଦୁଃଖ ଆଣିଦେଇଛି । କେଉଁଠି ଘର ଅଧାରୁ ଭାଙ୍ଗିଯାଇଛି ତ କେଉଁଠି ଘରେ ପଶିଛି ପାଣି । ନିଜ ଘର ଦ୍ୱାର ଛାଡି ଲୋକ ଅନ୍ୟଘରେ ଆଶ୍ରୟ ନେଇଛନ୍ତି । ଭୀଷଣ ବର୍ଷାରେ ଚାଳଛପର କଥା ଛାଡନ୍ତୁ ଆଜବେଷ୍ଟସ୍ ଘରର ଅବସ୍ଥା ଦେଖନ୍ତୁ ମୁଣ୍ଡ ଉପରେ ଦିନରେ ଖରା ରାତିରେ ତରା ଦିଶୁଛି । ବର୍ଷାରେ କେମିତି କଟିଥିବ ଏ ପରିବାରର ଦିନ ଏଥିରୁ ସ୍ପଷ୍ଟ ଅନୁମାନ କରିହେଉଛି । ଏ ଦୃଶ୍ୟ ଖଡିଆଳ ବ୍ଲକ୍ ସାନମହେଶ୍ୱର ପଂଚାୟତ କୁଳିଗାଁର । ସୁମିତ୍ରା ରାଉତଙ୍କ ପରିବାର କହିଲେ ମାନସିକ ଅନଗ୍ରସର ସ୍ୱାମୀ ଦୁଇ ପୁଅ ଝିଅ । ୪ ପ୍ରାଣୀ କୁଟୁମ୍ବ ଏବେ ଘର ଭିତରେ ନୁହେଁ ବାରଣ୍ଡାରେ ରହୁଛନ୍ତି । ଘର ତ ଅଛି ହେଲେ ବିପଦ ପାଟଲିଯାଇଛି । ସୁମିତ୍ରାଙ୍କ ରୋଜଗାରରେ ଘର ଚଳେ । ଏବେ କିନ୍ତୁ ଦୁଇ ଓଳି ଦୁଇ ମୁଠା ଖାଇବା ବି ଅସମ୍ଭବ । ସପ୍ତାହେ ହେଲାଣି ଏପରି ଜୀବନ କାଟୁଥିବା ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହୋଇଛି । ଖବର ପାଇ ଖଡିଆଳ ବ୍ଲକ୍ ଉପାଧ୍ୟକ୍ଷ ଗୌତମ ତାଣ୍ଡି ସୁମିତ୍ରାଙ୍କ ଘରେ ପହଞ୍ଚିଛନ୍ତି । ସୁମିତ୍ରାଙ୍କ ପରିବାର ଓ ଘରର ସ୍ଥିତି ପରଖିବା ପରେ ନିଜସ୍ୱ ଉଦ୍ୟମରେ ତାଙ୍କୁ ଖାଇବା ପାଇଁ ରାସନ ଦେଇଛନ୍ତି । ଆଗକୁ ପରିବାରକୁ ଅନ୍ତୋଦୟ ୟୋଜନାରେ ସାମିଲ କରିବାକୁ ବିଡିଓଙ୍କୁ ଜଣାଇଛନ୍ତି । ସରକାରୀ ସ୍ତରରେ ଆବାସ ମିଳିବା ବିଳମ୍ବ ହେଲେ ନିଜସ୍ୱ ଖର୍ଚ୍ଚରେ ପରିବାରକୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।ଏ ଅସହାୟ ପରିବାରକୁ କେବେ ମିଳୁଛି ମୁଣ୍ଡ ଗୁଞ୍ଜିବାକୁ ଘର ତାକୁ ଅପେକ୍ଷା ।
BREAKING NEWS
- ଲଗାଣ ବର୍ଷା: ଘରେ ପଶିଲା ପାଣି, ବାରଣ୍ଡାରେ ପରିବାର
- ଆସୁଛି ଆଉ ଏକ ଲଘୁଚାପ, ମିଆଁମାର-ବାଂଲାଦେଶ ଉପକୂଳ ଦେଇ…
- Hirakud Dam:ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଗେଟ୍:୨୬ ଗେଟ୍ରେ ବନ୍ୟାଜଳ ନିଷ୍କାସନ,ତଳିଆ ଅଂଚଳ ପାଇଁ ସର୍ତକତା
- R&B Funds Fraud: ୯.୨୪ କୋଟି ଟଙ୍କା ଆତ୍ମସାତ ଘଟଣାରେ ଆଉ ୪ ଗିରଫ
- Festive Season ପୂର୍ବରୁ ମହଙ୍ଗା ହୋଇପାରେ ପୂଜା ବଜାର
- ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆଜିଠୁ ୧୫ଦିନ ପିତୃପକ୍ଷ , ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଆରମ୍ଭ
- India’s Richest Actors: କମିଲା କିଙ୍ଗ୍ ଖାନଙ୍କ ସମ୍ପତ୍ତି, ତଥାପି ୧୦ କୋଟିର ମାଲିକ! ଜାଣନ୍ତୁ ଭାରତର ନମ୍ବର-୧ ଧନୀ ଅଭିନେତା କିଏ?
- ସାଉଥଆଫ୍ରିକାରେ ଫୁଟିଲା ଗୁଳି, ୨୭ ମୃତ, ୧୫ରୁ ଅଧିକ ଆହତ
- The Paradise: ୩ ଦିନରେ ୧୧୯ କୋଟି ପାର୍! ବକ୍ସ ଅଫିସ୍ରେ ଧମାଲ କରୁଛି ନାନୀଙ୍କ ‘ଦ ପାରାଡାଇଜ୍’
