Latest Odisha News

BREAKING NEWS

‘ମୁଁ ନିଜକୁ ସର୍ବଶ୍ରେଷ୍ଠ ଭାବେ ନାହିଁ’: ବିରାଟ କୋହଲି କାହିଁକି କହିଲେ ଏପରି? 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲି ନିଜକୁ କ୍ରିକେଟର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଗ୍ରହଣ କରିବାକୁ ମନା କରିଛନ୍ତି ।  ସେ କହିଛନ୍ତି ଯେ କ୍ରିକେଟ୍‌ର ବିଭିନ୍ନ ଯୁଗରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । ଦଳ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବା ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ । ଏହାସହିତ ସେ ୨୦୨୩ ବିଶ୍ୱକପ୍ ଫାଇନାଲ୍‌ର ପରାଜୟକୁ ମନେ ପକାଇ କହିଛନ୍ତି ଯେ ତାଙ୍କ କ୍ୟାରିୟରରେ ଏବେ ବି କିଛି ଅଧୁରା କାମ ବାକି ଅଛି । ଖେଳର ଭିନ୍ନ ଭିନ୍ନ ସମୟରେ ଅନେକ ଖେଳାଳି ଆସିଛନ୍ତି ଏବଂ ସେମାନେ କ୍ରିକେଟ୍ ପାଇଁ ଅତୁଳନୀୟ ଯୋଗଦାନ ଦେଇଛନ୍ତି । କେବଳ ପରିସଂଖ୍ୟାନ  ଦ୍ୱାରା ଜଣେ ଖେଳାଳିଙ୍କ ପ୍ରଭାବ ଆକଳନ କରାଯାଇପାରିବ ନାହିଁ । ହୋଇପାରେ କିଛି ଖେଳାଳିଙ୍କର ବଡ଼ ଆଙ୍କଡ଼ା ନାହିଁ, ଆଉ କିଛି ଖେଳାଳିଙ୍କ ଆଙ୍କଡ଼ା ମୋ ଅପେକ୍ଷା ବି ଅନେକ ଭଲ । ମୋ ପାଇଁ କୌଣସି ତାଲିକାର ଶୀର୍ଷରେ ରହିବା ଅପେକ୍ଷା ଦଳ ପାଇଁ ଶ୍ରେଷ୍ଠ ପ୍ରଭାବ ସୃଷ୍ଟି କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

୧୯ ବର୍ଷର ଦୀର୍ଘ ଆନ୍ତର୍ଜାତୀୟ କ୍ୟାରିୟର, ୮୫ଟି ଶତକ ଏବଂ ୧୪,୯୪୧ ରନ୍‌ର ପାହାଡ଼ ଠିଆ କରିସାରିଥିବା ୩୭ ବର୍ଷୀୟ କୋହଲି କହିଛନ୍ତି ଯେ ସେ ଏତେ ସମୟ ଧରି ଦେଶ ପାଇଁ ଖେଳିପାରିଥିବାରୁ ନିଜକୁ ଭାଗ୍ୟବାନ୍ ମନେକରନ୍ତି।  ଯେପର‌୍ୟ୍ୟନ୍ତ ଆପଣଙ୍କ ପାଖରେ ଅଭିଜ୍ଞତା, ଫିଟନେସ୍, ଖେଳର ବୁଝାମଣା ଏବଂ ପ୍ରେରଣା ଅଛି, ସେପର‌୍ୟ୍ୟନ୍ତ ଦେଶ ପାଇଁ ଖେଳିବା ଏକ ବଡ଼ ସମ୍ମାନର ବିଷୟ । ୨୦୨୩ ବିଶ୍ୱକପ୍ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ପରାଜୟକୁ ମନେ ପକାଇ ସେ କହିଛନ୍ତି, ହଁ, କିଛି ଅଧୁରା କାମ ରହିଯାଇଛି । ମୁଁ ଫାଇନାଲ୍‌ରେ ୫୪ ରନ୍‌ରେ ଆଉଟ୍ ହୋଇଯାଇଥିଲି । ଯଦି ମୁଁ ୧୪୦-୧୫୦ ରନ୍ କରିପାରିଥାନ୍ତି, ତେବେ ଆମେ ମ୍ୟାଚ୍ ଜିତିବା ସ୍ଥିତିରେ ଥାଆନ୍ତୁ । ବୋଲ୍ଡ ହେବା ପରେ ସେହି ପରାଜୟକୁ ସହଜରେ ଗ୍ରହଣ କରିବା ମୋ ପାଇଁ ବହୁ ଦିନ ଧରି କଷ୍ଟକର ଥିଲା । ତଥାପି, ପୂରା ବିଶ୍ୱକପ୍ ସମୟରେ ଭାରତୀୟ ଦଳର ପରିବେଶ ଏବଂ ଖେଳାଳିଙ୍କ ମଧ୍ୟରେ ଥିବା ଏକତା ବହୁତ ଚମତ୍କାର ଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.