ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା । ଦିଲ୍ଲୀ ଏନସିଆରରେ ଦୁଷ୍କର୍ମ ମାମଲା ପୋଲିସ ଓ ପ୍ରଶାସନର ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି । ଦିଲ୍ଲୀ ଏନସିଆରରେ ଘଟିଥିବା ଦୁଷ୍କର୍ମର ସାମ୍ପ୍ରତିକ ଘଟଣାଗୁଡିକ ଉପରେ ସ୍ୱତଃପ୍ରବୃତ ଭାବେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଜେ.ବି ପାର୍ଡିବାଲା ଓ ଜଷ୍ଟିସ କେ. ବିିନୋଦ ଚନ୍ଦ୍ରନଙ୍କ ଗଠିତ ଖଣ୍ଡପୀଠ ବିଚାର କରିଛନ୍ତି । ଦିଲ୍ଲୀରେ ବାରମ୍ବାର ଘଟୁଥିବା ଏପରି ଘଟଣା ସେମାନଙ୍କୁ ବ୍ୟଥିତ କରିଛିା ଏଥିପାଇଁ ଉତର ଦାୟିତ୍ୱ ନିର୍ଦ୍ଧାରଣ କରିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି । ଦିଲ୍ଲୀ ସ୍ୱରୂପ ନଗରରେ ଜଣେ କିଶୋରୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସହ ଗ୍ରେଟର ନୋଏଡାରୁ ଦିଲ୍ଲୀ ବସରେ ଯାଉଥିବା ଜଣେ ନାବାଳିକାଙ୍କୁ ଯୌନ ଶୋଷଣ ଘଟଣାକୁ ନେଇ ଅସନ୍ତୋଶ ବ୍ୟକ୍ତ କରିବା ସହ ୨୦୧୨ରେ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ମନେ ପକାଇଥିଲେ ବିଚାରପତି । ନିର୍ଭୟା ମାମଲା ପରଠାରୁ ସୁବ୍ୟବସ୍ଥିତ ଆଇନ କାର୍ଯ୍ୟକାରୀ ବ୍ୟବସ୍ଥା କୌଣସି ଅର୍ଥପୂର୍ଣ୍ଣ ଅଗ୍ରଗତି ହାସଲ କରିଛି କି ନାହିଁ , ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାସ୍ତାଘାଟ, ପାର୍କ ବସ୍ଷ୍ଟାଣ୍ଡ, ମେଟ୍ରୋଷ୍ଟେସନ, ଫୁଟପାଥ୍ ଭଳି ସାର୍ବଜନୀନ ସ୍ଥାନ ଗୁଡିକରେ ଆଲୋକ ବ୍ୟବସ୍ଥା ନାହିଁ, ଦୁର୍ବଳ ପାଟ୍ରୋଲିଂ ଓ ଅନ୍ୟାନ୍ୟ ପ୍ରଶାସନିକ ତ୍ରୁଟି ଯୋଗୁ ବିପଦ ବଢୁଛି । କେବଳ ସମବେଦନା ଜଣାଇଲେ ସମସ୍ୟାର ସମାଧାନ ହେବନି ବରଂ ଦୃଢ ପଦକ୍ଷେପ ନେବା ଜରୁରୀ ବୋଲି କୋର୍ଟ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ତେଣୁ ଘଟଣା ପରେ କାର୍ଯ୍ୟାନୁଷ୍ଠାନ ନୁହେଁ ଅପରାଧ ରୋକିବାକୁ ପ୍ରଶାସନ ପୋଲିସ ସଜାଗ ହେବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
BREAKING NEWS
- ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା, ସୁପ୍ରିମକୋର୍ଟଙ୍କ ଉଦ୍ବେଗ
- ଭୁବନେଶ୍ୱରରୁ ନିଖୋଜ ୩ ନାବାଳକଙ୍କ ପତ୍ତା ମିଳିଲା
- Balijatra 2026:ଉପର ବାଲିଯାତ୍ରା ପଡିଆରେ ଖୋଲିବ ୫୯୧ ଷ୍ଟଲ୍; ରହିବ ଦହିବରା ହାଟ
- UPI ପ୍ରସଙ୍ଗ, MDRରେ ଲାଗିବନି ରୋକ୍, କେନ୍ଦ୍ର ଦିଅ ସତ୍ୟପାଠ: ସୁପ୍ରିମକୋର୍ଟ
- ରାଜ୍ୟରେ ନିଖୋଜ ହୋଇଛନ୍ତି ୧୯ ହଜାର ମହିଳା ଓ ଶିଶୁ
- ଟ୍ରମ୍ପଙ୍କ ପ୍ରଚାରରେ ଖର୍ଚ୍ଚ ହେଉଛି କି ସରକାରୀ ପାଣ୍ଠି!
- ଗାନ୍ଧୀ ମାର୍ଗରେ ବିଜେଡିର ଗର୍ଜନ, MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
- ଘରେ ଲଗାଇଛନ୍ତି କି ଏହି ୫ଟି ଗଛ? ହୋଇଯିବେ ଗରିବ, ସାବଧାନ ରୁହନ୍ତୁ
- ଭୁଶୁଡ଼ିଲା ୩ ମହଲା କୋଠା; ୬ ମୃତ
- ବିଧାନସଭାର ୫ମ ଦିନରେ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ
