Latest Odisha News

BREAKING NEWS

ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ

ଭୁବନେଶ୍ୱର: ଗୁଟଖା, ପାନମସଲା ଏବଂ ସିଗାରେଟ୍‌ ଭଳି ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ବିପୁଳ ପରିମାଣର ଟିକସ ରାଜସ୍ୱ ଆଦାୟ ହେଉଛି। ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ସୂଚନା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ଏହି ସବୁ ଦ୍ରବ୍ୟରୁ ମୋଟ ୭,୩୪୬ କୋଟି ୩୧ ଲକ୍ଷ ଟଙ୍କାର ଟିକସ ଆଦାୟ କରାଯାଇଛି।

ଅନ୍ୟପଟେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସୁଛି ପାନମସଲା, ଗୁଟଖା ଓ ସିଗାରେଟ୍‌ । ଗତ ୧୦ ବର୍ଷରେ ୧୯ଟି ରାଜ୍ୟରୁ ୧୧ ହଜାର ୨୦୫ କୋଟି ୬୨ ଲକ୍ଷ ୨୯ ହଜାର ୫୬୫ ଟଙ୍କାର ଗୁଟଖା, ପାନମସଲା ଓ ସିଗାରେଟ୍‌ ଓଡ଼ିଶାକୁ ଆସିଛି । ସର୍ବାଧିକ ପଶ୍ଚିମବଙ୍ଗରୁ ୬୬୮ କୋଟି ଟଙ୍କାର ଗୁଟଖା ଓ ପାନମସଲା ଆସିଛି । ସେହିପରି ଦେଶ ବାହାରୁ ପ୍ରାୟ ୭ କୋଟି ଟଙ୍କାର ତମାଖୁ ଓଡ଼ିଶାକୁ ଆସିଥିବା ତଥ୍ୟ ଦିଆଯାଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଏହି ତଥ୍ୟ ମିଳିଛି ।

Leave A Reply

Your email address will not be published.