Latest Odisha News

BREAKING NEWS

ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍, ୫.୧୫ ଲକ୍ଷ ଜବତ କଲା ଭିଜିଲାନ୍ସ

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଥିବା ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ଜଣେ ସହକାରୀ ଯନ୍ତ୍ରୀଙ୍କ ଘରୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ଦିନ ୫.୧୫ ଲକ୍ଷ ଟଙ୍କା ଜବତ କରିଛନ୍ତି।

ଜଣେ ଠିକାଦାରଙ୍କ ବକେୟା ବିଲ୍ ମଞ୍ଜୁର କରିବା ପାଇଁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଏବଂ ତାଙ୍କ ସହଯୋଗୀଙ୍କୁ ସୋମବାର ରାତିରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଟକ ରଖାଯାଇଥିଲା।

ଭିଜିଲାନ୍ସ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ସନ୍ଦେହରେ ଦୁର୍ନୀତି ନିବାରଣ ସଂସ୍ଥାର ଅଧିକାରୀମାନେ ତାଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ।

ଚଢ଼ଉ ସମୟରେ ଅଧିକାରୀମାନେ କଟକର ଜଗତପୁର ସ୍ଥିତ ଜେନାମଣି ମଣ୍ଡପ ନିକଟରେ ଥିବା ବନ୍ଦିତା ଦାଶଙ୍କ ବାସଭବନରୁ ନଗଦ ୫,୧୫,୨୦୦ ଟଙ୍କା ଉଦ୍ଧାର କରିଥିଲେ। ପରେ ଏହି ଟଙ୍କାକୁ ଜବତ କରାଯାଇଥିଲା।

Leave A Reply

Your email address will not be published.