Latest Odisha News

BREAKING NEWS

Paris Fashion Week: ବ୍ଲାକ୍ ଭେଲଭେଟ୍ ଗାଉନରେ ଐଶ୍

ପ୍ୟାରିସ୍‌: ପ୍ୟାରିସ୍ ଫ୍ୟାସନ ସପ୍ତାହରେ ଶୋ’ ଷ୍ଟପର ସାଜିଲେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଗତକାଲି ଏହି ସମ୍ମାନଜନକ ଫ୍ୟାସନ ଶୋରେ ଲୋରିଅଲର ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗଦେଇଥିଲେ ଐଶ୍ୱର୍ଯ୍ୟା । ଏହି ଫ୍ୟାସନ ଶୋରେ ସମ୍ପୂଣ୍ଣ ର୍ କଳା ପୋଷାକ ପିନ୍ଧି ଷ୍ଟନିଂ ଲାଗୁଥିଲେ ଏହି ହମ୍ ଦିଲ୍ ଦେ ଚୁକେ ସନମ ଷ୍ଟାର୍ । ପ୍ଲେସ୍ ଜୋଫ୍ରେରେ ଅନୁଷ୍ଠିତ ଏହି ଫ୍ୟାସନ ଶୋର ଶୀର୍ଷକ ଥିଲା Express Your Worth । ଆଇଫିଲ ଟାୱାର ଓ ଇକୋଲ ମିଲିଟାୟେର ଏହି ଶୋର ପୃଷ୍ଠଭୂମି ଯୋଗାଇଥିଲେ । ଶୋରେ ବହୁ ଏ-ଷ୍ଟାର ନଜର ଆସିଥିବା ବେଳେ ସେଲିବ୍ରିଟି ଷ୍ଟାଇଲିଷ୍ଟ ମୋହିତ ରାୟଙ୍କ ଷ୍ଟାଇଲିଷ୍ଟ ଭେଲଭେଟ୍ ବ୍ଲାକ୍ ଗାଉନରେ ଷ୍ଟନିଂ ଡିଭା ଲାଗୁଥିଲେ ଐଶ୍ । ଐଶ୍‌ଙ୍କ ପୋଷାକରେ ଥିଲା ଦୁଇ ଭାଗ ବିଶିଷ୍ଟ ଭେଲଭେଟ୍ ଗାଉନ ତାସହ ଥ୍ରୀ-ଡି ଫ୍ରିଂଜ ଏମ୍ବ୍ରଏଡୋରୀ ଏବଂ କ୍ରିଷ୍ଟାଲ ଖଚିତ କେପ୍ ବା ଜ୍ୟାକେଟ୍ । ତାଙ୍କ ପ୍ରଶଂସାରେ ପ୍ରଶଂସକ ଲେଖିଛନ୍ତି ଇଲ୍ୟୁଜନ୍ ଗାଉନ୍‌, ନାଲି କେଶ, ନାଲି ଓଠରେ ଐଶ୍ ଉପସ୍ଥିତ ଦର୍ଶକଙ୍କୁ ମୋହିତ କରିଦେଇଥିଲେ । ତାଙ୍କ କଷ୍ଟ୍ୟୁମ୍‌, ଲୁକ୍ସ ଓ ରନୱେରେ ତାଙ୍କ ୱାକ୍ ଡ୍ରାମା କ୍ରିଏଟ୍ କରିଥିଲା । ଗାଉନ ଉପରେ ଐଶ୍ ପିନ୍ଧିଥିବା ଜ୍ୟାକେଟରେ ପର୍ଲ ଓ କ୍ରିଷ୍ଟାଲ ଖଚିତ ଥିବାରୁ ଲୁକ୍ସ ଆହୁରି ଜବରଦସ୍ତ ଦିଶୁଥିଲା । ଏହାସହ ହୀରା ଖଚିତ କ୍ରାଉନ ଓ ହୀରା ମୁଦି ଧାରଣ କରିଥିଲେ ଐଶ୍ । ଯାହା ତାଙ୍କ ଲୁକ୍ସକୁ କମ୍ପ୍ଲିଟ୍ କରିଦେଇଥିଲା । କିନ୍ତୁ ସବୁଠୁ ଆକର୍ଷଣୀୟ ଥିଲା ତାଙ୍କର ଚୁଟିର ରଙ୍ଗ । ଯାହା ସ୍ୱତନ୍ତ୍ର ଭାବେ ନାଲି ରଙ୍ଗ କରାଯାଇଥିଲା ଏହି ପ୍ୟାରିସ୍ ଆପିୟରାନ୍ସ ପାଇଁ । କେବଳ ସେତିକି ନୁହେଁ ଐଶ୍‌ଙ୍କ ଫ୍ଲ-ଲେସ୍ ମେକଅପ୍ ଖୁବ୍ ଚମତ୍କାର ଦିଶୁଥିଲା । ପ୍ୟାରିସ ଫ୍ୟାସନ ଉଇକ୍‌ର ନବମ ସଂସ୍କରଣରେ ଲୋରିଅଲ ପ୍ୟାରିସର ବ୍ରାଣ୍ଡ ଆମ୍ବାସଡର ଭାବେ ଐଶ୍‌ଙ୍କ ଲୁକ୍ସ ନେଇ ଏବେ ବଲିଉଡରେ ଚର୍ଚ୍ଚା ଜୋର । ଏହି ଶୋରେ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ନଜର ଆସିଥିଲେ ।

Leave A Reply

Your email address will not be published.