Latest Odisha News

BREAKING NEWS

ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ଭୁବନେଶ୍ୱର: ଗହୀରମଥାରେ ବେଆଇନ ମାଛ ମାରୁଥିବା ୧୯ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ। ଏହା ସହ ୨ ଟ୍ରଲର ଜବତ କରିଛି । ପାଟ୍ରୋଲିଂ ବେଳେ ମାଦେଳି ମୁହାଣ ନିକଟରୁ ଏହି ମତ୍ସ୍ୟଜୀବୀଙ୍କୁ ଧରିଛି ବନ ବିଭାଗ । ଟ୍ରଲରରୁ ମାଛ, ଜାଲ ଓ ଭିଏଚ୍‌ଏଫ ମଧ୍ୟ ଜବତ ହୋଇଛି।

ଏ ନେଇ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ବନ ବିଭାଗ। ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ରହିଥିବା ନିଷିଦ୍ଧାଞ୍ଚଳରେ ଏହି ମତ୍ସ୍ୟଜୀବୀମାନେ ମାଛ ଧରୁଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା ବନ ବିଭାଗ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ। ଯାହାର ଉପକୂଳକୁ ପ୍ରତିବର୍ଷ ନଭେମ୍ବର ମାସ ପ୍ରଥମ ସପ୍ତାହରୁ ପ୍ରଶାନ୍ତ ମହାସାଗର ଶ୍ରୀଲଙ୍କା ଓ ଜାଫନା ଉପକୂଳରୁ ଅଲିଭ ରିଡଲେ କଇଁଛ ବଂଶ ବିସ୍ତାର ପାଇଁ ଆସିଥାନ୍ତି । କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ ସହିତ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା, ମତ୍ସ୍ୟ ବିଭାଗ ମିଳିତ ପାଟ୍ରୋଲିଂ କରିବାର ଗାଇଡ ଲାଇନ ରହିଛି । ଗାଇଡଲାଇନ ଅନୁସାରେ, ବନବିଭାଗ ପାଟ୍ରୋଲିଂ କରି ଟ୍ରଲରକୁ ଜବତ କରୁଛି ।

 

Leave A Reply

Your email address will not be published.