Latest Odisha News

BREAKING NEWS

ବିଜେଡିର ମିଡିଆ ଓ ଆଇଟି ସେଲ୍‌ରେ ବଡ଼ ଧରଣର ଅଦଳବଦଳ: ୧୦ ଜଣ ହେଲେ ଜାତୀୟ ମୁଖପାତ୍ର

ଭୁବନେଶ୍ୱର: ଆଗାମୀ ଦିନର ରାଜନୈତିକ ଆହ୍ୱାନକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ନିଜର ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ ଓ ଶାଣିତ କରିଛି । ଏହି ପରିପ୍ରେକ୍ଷୀରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ମିଡିଆ ଏବଂ ଆଇଟି ସେଲ୍‌ର ସମ୍ପୂର୍ଣ୍ଣ ନବୀକରଣ କରାଯାଇଛି । ଦଳ ପକ୍ଷରୁ ଜାରି ହୋଇଥିବା ବିଧିବଦ୍ଧ ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ପୁରୁଣା ନିର୍ଦ୍ଦେଶକୁ ବାତିଲ୍ କରାଯାଇ ୧୦ ଜଣ ଟାଣୁଆ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି ।

ଜାତୀୟ ସ୍ତରରେ ଦଳର ଆଭିମୁଖ୍ୟ ରଖିବା ପାଇଁ ନିଯୁକ୍ତ ହୋଇଥିବା ନୂଆ ମୁଖପାତ୍ରମାନେ ହେଲେ- ଡ. ସନ୍ତୃପ୍ତ ମିଶ୍ର, ଡ. ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, କଳିକେଶ ନାରାୟଣ ସିଂହଦେଓ, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ଭୃଗୁ ବକ୍ସିପାତ୍ର ।

ମିଡିଆ ସେଲ୍‌କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ବିଭାଗରେ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।ଇଲେକ୍ଟ୍ରୋନିକ୍ ମିଡିଆର ମୁଖ୍ୟ ସମନ୍ୱୟକ ଭାବେ ବରିଷ୍ଠ ନେତା ଡ. ଅରୁଣ କୁମାର ସାହୁଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ, ଦେବେଶ ଆଚାର୍ଯ୍ୟଙ୍କୁ ବରିଷ୍ଠ ସମନ୍ୱୟକ ଓ ଲେନିନ୍ ମହାନ୍ତିଙ୍କୁ ସମନ୍ୱୟକ ଦାୟିତ୍ୱ ମିଳିଛି ।

ସେହିପରି ପ୍ରିଣ୍ଟ ମିଡିଆ ବିଭାଗର ମୁଖ୍ୟ ସମନ୍ୱୟକ ଦାୟିତ୍ୱ ସଞ୍ଜୟ କୁମାର ଦାସବର୍ମାଙ୍କୁ ନ୍ୟସ୍ତ କରାଯାଇଛି । ତାଙ୍କ ସହ ଗୌତମ ବୁଦ୍ଧ ଦାସ ବରିଷ୍ଠ ସମନ୍ୱୟକ ଏବଂ ପ୍ରିୟବ୍ରତ ମାଝୀ ସମନ୍ୱୟକ ଭାବେ କାର୍ଯ୍ୟ ତୁଲାଇବେ । ଆଜିକାଲିର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସୋସିଆଲ ମିଡିଆ ଏବଂ ଆଇଟି ବିଭାଗର ମଙ୍ଗ ଧରିଛନ୍ତି ପ୍ରତାପ ଜେନା । ତାଙ୍କୁ ଏହି ବିଭାଗର ମୁଖ୍ୟ ସମନ୍ୱୟକ କରାଯାଇଛି । ଏଥିସହ ପ୍ରଣବ କୁମାର ବଳବନ୍ତରାୟଙ୍କୁ ବରିଷ୍ଠ ସମନ୍ୱୟକ, ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ସୋସିଆଲ ମିଡିଆ ସମନ୍ୱୟକ ଏବଂ ଅମରେଶ ପତ୍ରୀଙ୍କୁ ଆଇଟି ସମନ୍ୱୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।

ରାଜ୍ୟ ସ୍ତରରେ ଦଳର ବାର୍ତ୍ତା ପହଞ୍ଚାଇବା ତଥା ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଏକ ବିଶାଳ ମୁଖପାତ୍ର ଟିମ୍ ଗଠନ କରାଯାଇଛି । ଏହି ତାଲିକାରେ ବହୁ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପ୍ରଣବ ପ୍ରକାଶ ଦାସ ପ୍ରଭୃତି ବରିଷ୍ଠ ନେତୃବୃନ୍ଦ ।

Leave A Reply

Your email address will not be published.