Latest Odisha News

BREAKING NEWS

କୁକୁର କାମୁଡ଼ି ଏକ ବର୍ଷର ଶିଶୁକୁ କଲା ଲହୁଲୁହାଣ

କୋଡ଼ିଙ୍ଗା:ଏକ ବର୍ଷର ଶିଶୁକୁ କୁକୁର କାମୁଡ଼ି ଲହୁଲୁହାଣ କରିଛି। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ସଦର ଚାଉଁରିଆ ସାହିର ରାଜୁ ଦଳେଇଙ୍କ ଏକ ବର୍ଷର ଶିଶୁକୁ କୁକୁର କାମୁଡ଼ି ଲହୁଲୁହାଣ କରିଛି। ଆଜି ଦିନରେ ନିଜ ଘରେ ଶିଶୁପୁତ୍ରଟି ଶୋଇଥିବାବେଳେ ଏକ ବୁଲା କୁକୁର ଶିଶୁଟିର ମୁହଁକୁ କାମୁଡି ଲହୁଲୁହାଣ କରିଥିଲା ।

ଶିଶୁଟି କାନ୍ଦିବାରୁ ଘର ବାହାରେ ଥିବା ରାଜୁ ଦଳେଇଙ୍କ ଭଉଣୀ ରେଖା ଦଳେଇ ଧାଇଁ ଆସି କୁକୁରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କୁ ମଧ୍ୟ କୁକୁରଟି ଆକ୍ରମଣ କରିଥିଲା। ତେବେ ସେହି ସମୟରେ ସାହି ପଡ଼ିଶା ଲୋକ ଦୌଡ଼ି ଆସିବାରୁ କୁକୁରଟି ସେଠାରୁ ପଳାଇ ଯାଇଥିଲା।

ତୁରନ୍ତ ରାଜୁ ଶିଶୁକୁ କୋଡ଼ିଙ୍ଗା ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ସେଠାରେ ମେଡିକାଲ କର୍ତ୍ତୃପକ୍ଷ ୧୦୮ ଯୋଗେ ନବରଙ୍ଗପୁର ମେଡିକାଲକୁ ପଠାଇ ଥିଲେ। ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳରୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡିକାଲକୁ ପଠାଇଥିବା ପରିବାର ତରଫରୁ ସୂଚନା ରହିଛି ।

Leave A Reply

Your email address will not be published.