କଟକ: ୨୦୨୬-୨୭ ରଣଜୀ ଟ୍ରଫି ସିଜନ୍ର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି । ଅଭିଜ୍ଞ ବ୍ୟାଟର ଶୁଭ୍ରାଂଶୁ ସେନାପତିଙ୍କୁ ପୂନର୍ବାର ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଚୟନ କମିଟିର ଅଧ୍ୟକ୍ଷ କୁଳମଣି ପରିଡ଼ା ଏବଂ ମୁଖ୍ୟ କୋଚ୍ ପ୍ରଭଞ୍ଜନ ମଲ୍ଲିକ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି । ଏହି ଦଳରେ ୪ ଜଣ ନୂଆ ଖେଳାଳି (ଓମ୍ ଟି ମୁଣ୍ଡେ, ଶ୍ରେୟାଂଶ ଭାରଦ୍ୱାଜ, ସୌମ୍ୟ ଲେଙ୍କା ଏବଂ ସମ୍ବିତ ବେଜା) ସ୍ଥାନ ପାଇଛନ୍ତି । ଓଡ଼ିଶା ଦଳକୁ ଏଲିଟ୍ ଗ୍ରୁପ ସି ରେ ରଖାଯାଇଛି । ଏହି ଗ୍ରୁପ୍ରେ ବେଙ୍ଗଲ, ଦିଲ୍ଲୀ, ଗୁଜରାଟ, ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର ଏବଂ ସର୍ଭିସେସ୍ ଦଳ ରହିଛନ୍ତି ।
ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ୱସ୍ତିକ ସାମଲ, ଗୌରବ ଚୌଧୁରୀ, ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଓମ୍ ଟି ମୁଣ୍ଡେ, ଶ୍ରେୟାଂଶ ଭାରଦ୍ୱାଜ, ଆଶୀର୍ବାଦ ସ୍ୱାଇଁ, ଦିନେଶ ମାଝୀ, ନିନାଦ ରଥବା, ସମ୍ବିତ ବେଜ, ଲଲିତ ଯାଦବ, ରାଜେଶ ମହାନ୍ତି, ପ୍ରଶାନ୍ତ ରାଣା, ସୌମ୍ୟ ଲେଙ୍କା, ସୟଦ ତୁଫାୟଲ ଅହମ୍ମଦ, ବାଦଲ ବିଶ୍ୱାଳ ।
ଓଡ଼ିଶାର ରଣଜୀ ଟ୍ରଫି ମ୍ୟାଚ୍ ସୂଚୀ
ବିପକ୍ଷ ଗୁଜରାଟ: ଅହମ୍ମଦାବାଦ (ଅକ୍ଟୋବର ୧୧ – ୧୪), ବିପକ୍ଷ କେରଳ: ତିରୁବନନ୍ତପୁରମ୍ (ଅକ୍ଟୋବର ୧୮ – ୨୧), ବିପକ୍ଷ ସର୍ଭିସେସ୍: ଭୁବନେଶ୍ୱର, (ଅକ୍ଟୋବର ୨୬ – ୨୯), ବିପକ୍ଷ ଝାଡ଼ଖଣ୍ଡ: ଭୁବନେଶ୍ୱର (ନଭେମ୍ବର ୨ – ୫), ବିପକ୍ଷ ଦିଲ୍ଲୀ: କଟକ, ବାରବାଟୀ ଷ୍ଟାଡିୟମ୍ (ଜାନୁଆରୀ ୧୭ – ୨୦, ୨୦୨୭), ବିପକ୍ଷ ମହାରାଷ୍ଟ୍ର: ପୁଣେ (ଜାନୁଆରୀ ୨୪ – ୨୭, ୨୦୨୭), ବିପକ୍ଷ ବେଙ୍ଗଲ: କୋଲକାତା (ଫେବୃଆରୀ ୧ – ୪, ୨୦୨୭) ।

