ମୁମ୍ବାଇ: କୋଟି କୋଟି ଭାରତୀ ୟ ଙ୍କ ହୃଦୟରେ ରାଜ୍ କରୁଥିବା ଭେଟରାନ ଅଭିନେତା ନାନା ପାଟେକର ଆଉ ନାହାନ୍ତି। ୧ ଜାନୁଆରୀ ୧୯୫୧ ରେ ଜନ୍ମ ହୋଇଥିବା ବିଶ୍ୱନାଥ ପାଟେକର ବଡ ପରଦାରେ ନାନା ପାଟେକର ଭାବରେ ଜଣାଶୁଣା ।
ନାନା ପାଟେକରଙ୍କ ବଲିଉଡ୍ ଯାତ୍ରା ଏତେ ସହଜ ନଥିଲା । ସାଧାରଣ ମଣିଷରୁ ଅଭିନେତା ହେବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା । ପିଲାଦିନକୁ ଦାରିଦ୍ରରେ ବିତାଇଥିବା ନାନା ୧୩ ବର୍ଷ ବୟସରେ କାମ କରିବା ଆରମ୍ଭ କରିଥିଲେ। ସ୍କୁଲରେ ପାଠ ପଢିବା ବେଳେ ସେ ଚୂନା ଭାଟ୍ଟିରେ କାମ କରିବା ପାଇଁ ଆଠ କିଲୋମିଟର ଯାଉଥିଲେ। ସେଠାରେ ସେ ଚଳଚ୍ଚିତ୍ର ପୋଷ୍ଟରେ ରଙ୍ଗ ମାରୁଥିଲେ, ଯାହାଦ୍ୱାରା ତାଙ୍କୁ ଦିନକୁ ଦୁଇ ଓଳି ଖାଇବାକୁ ମିଳୁଥିଲା।
ନାନା ଚାରି ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ସକ୍ରିୟ ଥିଲେ ଏବଂ ତାଙ୍କର ସମସ୍ତ ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା । ନାନା ପାଟେକର ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି । ଏପରିକି ଖଳନାୟକ ଭୂମିକାରେ ବି ସେ ଅଭିନୟ କରିଛନ୍ତି । ହିନ୍ଦୀ ଛଡା ସେ ଅନେକ ମରାଠି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ୧୯୭୮ ଚଳଚ୍ଚିତ୍ର ‘ଗମନ୍’ ରୁ ସେ କ୍ୟାରିଅର୍ ଆରମ୍ଭ କରିଥିଲେ । ନାନା ପାଟେକର ଫିଲ୍ମ ‘ପରିନ୍ଦା’ରୁ ପରିଚୟ ପାଇଥିଲେ। ଏହି ଚଳଚ୍ଚିତ୍ରରେ ସେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।
ତାଙ୍କର ଫିଲ୍ମ ‘ଗମନ’ , ‘ପ୍ରତିଘାତ’, ‘ମୋହରେ’, ‘ସଲାମ ବମ୍ବେ’ ଖୁବ ଲୋକପ୍ରିୟ ହୋଇଥିଲା। ସେ ଖେଳ କୁଦରେ ମଧ୍ୟ ପାରଦର୍ଶିତା ଲାଭ କରିଥିଲେ । ରାଇଫଲ ଶୁଟିଙ୍ଗରେ ତାଙ୍କର ରୁଚି ରହିଥିଲା। ଏଥିରେ ସେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ମଧ୍ୟ ଯୋଗଦାନ କରିଛନ୍ତି ।
ନାନା ପାଟେକର ଜଣେ ଅଭିନେତା ଯିଏକି ସେ କରୁଥିବା ପ୍ରତ୍ୟେକ ଫିଲ୍ମରେ ତାଙ୍କ ଛାପ ଛାଡ଼ି ଦେଇଥାନ୍ତି ।ଲୋକମାନେ ତାଙ୍କ କଥା କହିବା ଶୌଳିକୁ ବହୁତ ପସନ୍ଦ କରନ୍ତି । ନାନା ତାଙ୍କର ଚମତ୍କାର ଅଭିନୟ ଆଧାରରେ ଚାରିଟି ଫିଲ୍ମଫେୟାର ଏବଂ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।

