Latest Odisha News

BREAKING NEWS

ମୁକେଶ ଅମ୍ବାନୀଙ୍କୁ କାହିଁକି ‘ପ୍ରଧାନମନ୍ତ୍ରୀ’ କହିଲେ ଏଲନ ମସ୍କ…

ନୂଆଦିଲ୍ଲୀ: ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବାକୁ ନେଇ ମୁହାଁମୁହିଁ ହେଲେ ଦୁନିଆର ଧନୀ ବ୍ୟବସାୟୀ ଏଲନ ମସ୍କ ଓ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ।

ମସ୍କ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅମ୍ବାନୀଙ୍କୁ କଟାକ୍ଷ କରି ‘ଡିଅର ପ୍ରାଇମ୍ ମିନିଷ୍ଟର ଅମ୍ବାନୀ’ ବୋଲି ଲେଖିଛନ୍ତି। ଭାରତରେ ପ୍ରକୃତ କ୍ଷମତା ଅମ୍ବାନୀଙ୍କ ହାତରେ ଥିବା କଥା ବୁଝିବାକୁ ତାଙ୍କୁ ବିଳମ୍ବ ହେଲା ବୋଲି ମଧ୍ୟ ବ୍ୟଙ୍ଗ କରିଛନ୍ତି।

ବିବାଦର ମୁଖ୍ୟ କାରଣ ହେଉଛି ମସ୍କଙ୍କ କମ୍ପାନୀ ସ୍ପେସ୍‌ଏକ୍ସର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ‘ଷ୍ଟାରଲିଙ୍କ’ର ଭାରତରେ ବାଣିଜ୍ୟିକ ଆରମ୍ଭରେ ବିଳମ୍ବ। ମସ୍କଙ୍କ ଅଭିଯୋଗ ଯେ, ଅମ୍ବାନୀ ନିଜ ବଜାର ପ୍ରଭାବ ବଜାୟ ରଖିବାକୁ ଚାହୁଁଛନ୍ତି ଏବଂ ଯାହା ଫଳରେ ଷ୍ଟାରଲିଙ୍କକୁ ପ୍ରତିଯୋଗିତାର ସୁଯୋଗ ମିଳୁନାହିଁ।

ଭାରତରେ ଏହି କ୍ଷେତ୍ରରେ ଅମ୍ବାନୀଙ୍କ ଜିଓ ସେଟକମ୍ ଓ ଭାରତୀ ଗ୍ରୁପ୍ ସମର୍ଥିତ ୟୁଟେଲସାଟ୍ ୱାନୱେବ୍ ମଧ୍ୟ ରହିଛନ୍ତି।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅନୁସାରେ, ଏହି ତିନି କମ୍ପାନୀକୁ ଲାଇସେନ୍ସ ମିଳିଥିଲେ ମଧ୍ୟ ବାଣିଜ୍ୟିକ ସେବା ପାଇଁ ସୁରକ୍ଷା ସର୍ତ୍ତ ପୂରଣ ଜରୁରୀ। ତେବେ ତିନୋଟି କମ୍ପାନୀର ଯାଞ୍ଚ ଚାଲିଥିବାରୁ ଷ୍ଟାରଲିଙ୍କ ପ୍ରତି ପକ୍ଷପାତ ଅଭିଯୋଗକୁ ସରକାର ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.