ରଣଜୀ ଟ୍ରଫି ୨୦୨୬-୨୭ ପାଇଁ ଗୋଆ କ୍ରିକେଟ୍ ଆସୋସିଏସନ୍ ୧୬ ଜଣିଆ ଘରୋଇ ଦଳର ଘୋଷଣା କରିଛି । ଏହି ଦଳରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ସ୍ଥାନ ମିଳି ନାହିଁ । ଅର୍ଜୁନ ୨୦୨୨-୨୩ ସିଜିନ୍ରୁ ଗୋଆ ପାଇଁ ଘରୋଇ କ୍ରିକେଟ୍ ଖେଳିଆସୁଛନ୍ତି, କିନ୍ତୁ ଏଥର ତାଙ୍କର ଚୟନ ନହେବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଆ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଅର୍ଜୁନଙ୍କୁ ଦଳରୁ ବାଦ୍ ଦେବାର କୌଣସି ସରକାରୀ କାରଣ ଏଯାଏଁ କୁହାଯାଇ ନାହିଁ । ଏହି ସିଜିନ୍ ପାଇଁ ଅଭିନବ ତେଜରାଣାଙ୍କ ହାତରେ ଅର୍ପଣ କରାଯାଇଥିବାବେଳେ ସୁୟଶ ପ୍ରଭୁଦେଶାଇ ଏବଂ ଲଳିତ ଯାଦବଙ୍କଭଳି ଖେଳାଳିମାନେ ମଧ୍ୟ ସ୍କ୍ୱାଡ୍ର ଅଂଶ ଅଛନ୍ତି ।
ଗୋଆ ପାଇଁ ଖେଳି ଫାଷ୍ଟ କ୍ଲାସ କ୍ରିକେଟ୍ରେ ୫୦ ୱିକେଟ୍ର ମାଇଲଖୁଣ୍ଟ ଛୁଇଁଥିବା ସତ୍ତ୍ୱେ ଅର୍ଜୁନ ଏଥର ରଣଜୀ ଟ୍ରଫି ଦଳରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି । ଏହାପୂର୍ବରୁ ସେ ଓମାନ ଗସ୍ତରେ ମଧ୍ୟ ଗୋଆ ଦଳରେ ନଥିଲେ । ବର୍ତ୍ତମାନ କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିବ ଯେ ଅର୍ଜୁନ ତେନ୍ଦୁଲକର ପୁଣି କେବେ ଘରୋଇ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । କ୍ରିକେଟ କ୍ୟାରିୟର ସୁଧାରିବା ସହ କିପରି ଜାତୀୟ ଦଳରେ ସ୍ଥାନ ପାଇବେ ସେ ନେଇ ଅର୍ଜୁନ ଗୋଆ ଟିମ ପକ୍ଷରୁ ଖେଳିବା ପାଇଁ ନିଷ୍ପତି ନେଇଥିଲେ । ଆଭରେଜ ପ୍ରଦର୍ଶନ ସତ୍ୱେ ଆଗାମୀ ରଣଜୀ ଟ୍ରଫି ପାଇଁ ତାଙ୍କୁ ଗୋଆ ଟିମରେ ସ୍ଥାନ ମିିଳିିନି । ଏହାର କାରଣ ସ୍ପଷ୍ଟ ହେବା ପରେ ସେ ଗୋଆ ଟିମ ସହିତ ରହିବେ କି ନାହିଁ ତାହା ଜଣାପଡିବ ।

