Latest Odisha News

BREAKING NEWS

୮୪ ବର୍ଷରେ ବିଗ୍ ବି; କେବିସିରେ ଜନ୍ମଦିନ ସେଲିବ୍ରେଟ କଲେ ମାଧୁରୀ… 

ମୁମ୍ବାଇ: ଆଜି ୮୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମେଗାଷ୍ଟା ର ଅମିତାଭ ବଚ୍ଚନ। ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଉତ୍ତରପ୍ରଦେଶର ଆହ୍ଲାବାଦ ଠାରେ ଜନ୍ମ ଗ୍ରହଣ କରିଥିଲେ ଅମିତାଭ। ଯାହା ଏବେ ପ୍ରୟାଗରାଜ ଭାବେ ପରିଚିତ ।

ତାଙ୍କ ଜନ୍ମଦିନ ଅବସରରେ ‘କୌନ ବନେଗା କୋରଡ଼ପତି’ରେ ଏକ ସେଲିବ୍ରେସନ କରାଯାଇଥିଲ। ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଧ୍ୟ ଏହି ବିଶେଷ ଅବସରରେ ଯୋଗ ଦେଇଥିଲେ।

ଯେଉଁଥିରେ ମାଧୁରୀ ଦୀକ୍ଷିତ ଏବଂ ପ୍ରତିଯୋଗୀମାନେ ଅମିତାଭ ବଚ୍ଚନଙ୍କ ଜନ୍ମଦିନକୁ ପାଳନ କରୁଥିବା ଦେଖାଯାଉଛି। ପ୍ରଶଂସକ ମାନେ ବିଗ୍ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଚମତ୍କାର କ୍ୟାରିଅରକୁ ସେଲିବ୍ରେସନ କରିଛନ୍ତି ।

ଶୋ’ରେ ଅମିତାଭ ତାଙ୍କ ମା’ ସହିତ ବିତାଇଥିବା ସମୟକୁ ମନେ ପକେଇ ଭାବବିହ୍ୱଳ ହୋଇଥିଲେ। ତାଙ୍କ ମାଆଙ୍କୁ ମନେ ପକାଇ ବିଗ୍ ବି କହିଛନ୍ତି, “ମୋ ମାଆ ସମସ୍ତ ମାଆଙ୍କ ପରି ଥିଲେ। ସେ ମଇଳା ପସନ୍ଦ କରୁନଥିଲେ। ସେ ଏକ ଶିଖ ପରିବାରରୁ ଆସିଥିଲେ। ମୋ ବାପା ଆଲାହାବାଦରୁ ଆସିଥିଲେ। ସେମାନଙ୍କର ଆନ୍ତଃଜାତି ବିବାହ ହୋଇଥିଲା। ଏହା ଏକ ବହୁତ ଆକର୍ଷଣୀୟ କାହାଣୀ। ଯଦି ଆପଣ କେବେ ତାଙ୍କ ଆତ୍ମଜୀବନୀ ପଢ଼ନ୍ତି, ତେବେ ଆପଣ ଜାଣିପାରିବେ। ଗୋଟିଏ ଦିନ ମଧ୍ୟରେ ମାଆ ସବୁକିଛି ଛାଡି ବାପାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ଅମିତାଭ ।

 

Leave A Reply

Your email address will not be published.