ନୂଆଦିଲ୍ଲୀ: ମଙ୍ଗଳବାର ହକି ଇଣ୍ଡିଆ ପକ୍ଷରୁ ହିରୋ ଏସିଆନ ଚାମ୍ପିଅନ୍ସ ଟ୍ରଫି ପଂଜାବ-୨୦୨୬ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ଏହି ଚାମ୍ପିଅନ୍ସ ଟ୍ରଫି ଜଳନ୍ଧର ଓ ମୋହାଲିରେ ଅକ୍ଟୋବର ୨୭ରୁ ନଭେମ୍ବର ୫ ଯାଏଁ ଅନୁଷ୍ଠିତ ହେବ । ଜାପାନରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତାଇବା ପରେ ଅଧିନାୟକ ହରମନପ୍ରୀତ ସିଂ ସମ୍ଭାଳିବେ ଦଳର ମଙ୍ଗ । ଏସୀୟ କ୍ରୀଡାରେ ସଫଳତା ହାସଲ କରିଥିବା ଦଳର ମୂଳ ଟିମକୁ ବଜାୟ ରଖାଯାଇଛି । ଦଳର ସ୍ଥିରତା ଓ ନିନ୍ତରତା ପ୍ରତିଫଳିତ ହେଉଛି । ଦଳକୁ ଫେରିଛନ୍ତି ଗୋଲକିପର କୃଷ୍ଣ ବାହାଦୂର ଠାକୁର । ଯୁବ ଡିଫେଣ୍ଡର ଅମନଦୀପ ଲାକ୍ରା ଏବଂ ମିଡିଲଫିଲ୍ଡର ଆଦିତ୍ୟ ଅର୍ଜୁନ ସିନିୟର ଦଳରେ ନିଜ ସ୍ଥାନ ସୁଦୃଢ କରିବାର ସୁଯୋଗ ପାଇଛନ୍ତି । ୧୮ ଜଣିଆ ଖେଳାଳି ଦଳ ବ୍ୟତୀତ ମିଡଫିଲ୍ଡର ବିଷ୍ଣୁକାନ୍ତ ସିଂହ ଏବଂ ଫରୱାଡ ଅଙ୍ଗଦ ବୀର ସିଂହଙ୍କୁ ଦୁଇଜଣ ରିଜର୍ଭ ଖେଳାଳି ଭାବେ ମନୋନୀତ ହୋଇଛନ୍ତି । ପଂଜାବରେ ଏସିଆନ୍ସ ଟ୍ରଫି ମ୍ୟାଚ୍ ସ୍ୱତନ୍ତ୍ର ଅନୁଭୂତି ଦେବ ବୋଲି କହିଛନ୍ତି କୋଚ୍ । ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ରହିଛି । ଘରୋଇ ଦର୍ଶକଙ୍କ ଉତ୍ସାହ ଓ ସମର୍ଥନ ପାଇବା ଅପେକ୍ଷାରେ ଟିମ୍ । ଏହି ଟୁର୍ଣ୍ଣାମେଂଟ ବିଶେଷ ଗୁରୁତ୍ୱ ବହନ କରେ । ରାଜ୍ୟ ହକିରେ ଅତୁଳନୀୟ ଅବଦାନ ରଖିବା ସହ ଅନେକ ପିଢିର ଭଲ ଭଲ ଖେଳାଳି ସୃଷ୍ଟି କରିଛି । ଏହି ଚାମ୍ପିଅନ୍ସ ଟ୍ରଫିରେ ଦଳ ନିଜର ଦୃଢ ରେକର୍ଡ ବଜାୟ ରଖିବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି । ଭାରତ ଏଯାଏ ଏହି ଟାଇଟଲ ୫ଥର ଜିତିସାରିଛି ।
ଜଳନ୍ଧରରେ ଅକ୍ଟୋବର ୨୭ରୁ ନଭେମ୍ବର ୨ଯାଏ ଅଲିମ୍ପିଆନ ସୁରଜିତ ସିଂହ ହକି ଷ୍ଟାଡିଅମରେ ଉଦଘାଟନୀ ଉତ୍ସବ ଓ ସମସ୍ତ ଲିଗ୍ ସ୍ତରୀୟ ମ୍ୟାଚ୍ ହେବ । ନିର୍ଣ୍ଣାୟକ ମ୍ୟାଚ୍ ପାଇଁ ମୋହାଲି ସ୍ଥାନାନ୍ତର ହେବ । ନଭେମ୍ବର ୪ରେ ସେମି -ଫାଇନାଲ ଏବଂ ତାପରେ ନଭେମ୍ବର ୫ରେ ଅଲିମ୍ପିଆନ ବଲବୀର ସିଂହ ସିନିଅର ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ପଦକ ପାଇଁ ମ୍ୟାଚ୍ ହେବ ।
ଭାରତୀୟ ପୁରୁଷ ହକି ଦଳ
ଗୋଲକିପର୍ :-
ସୂରଜ କରକେରା, କ୍ରୀଷନ ବାହାଦୂର ପାଠକ
ଡିଫେଣ୍ଡର:-
ସଂଜୟ, ହରମନପ୍ରୀତ ସିଂ, ଅମିତ ରୋହିଦାସ , ଯୁଗରାଜ ସିଂ, ଜରମନପ୍ରୀତ ସିଂ, ଅମନଦୀପ ଲାକ୍ରା
ମିଡିଲଫିଲ୍ଡର :-
ରାଜିନ୍ଦର ସିଂ , ଆଦିତ୍ୟ ଅର୍ଜୁନ ଲାଲାଗେ, ନୀଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ
ଫରୱାଡ:-
ଶୀଲାନନ୍ଦ ଲାକ୍ରା, ଅଭିଶେକ, ଶୁଖଜୀତ ସିଂ, ଦୀଲପ୍ରୀତ ସିଂ, ମନଦୀପ ସିଂ
ରିଜର୍ଭ:-
ବିଷ୍ଣୁ କାନ୍ତ ସିଂହ, ଅଙ୍ଗଦ ବୀର ସିଂହ

