ସାଉଥ କୋରିଆ: ମଙ୍ଗଳବାର ସାଉଥକୋରିଆ ଇଂଚେଅନ ସୁପରମାର୍କେଟ ପାଲଟିଲା ରଣକ୍ଷେତ୍ର । ଆଖିପିଛୁଳାକେ ଧସେଇ ପଶିଲା ଜଣେ ଛୁରାଧାରୀ ବ୍ୟକ୍ତି । ଯାହାକୁ ପାରିଲା ତାକୁ ଆକ୍ରଣ କରି ଚାଲିଲା । ଛୁରାମାଡରେ ଜଣେ ମହିଳାଙ୍କ ସମେତ ୮ଜଣ ଆହତ ହୋଇ ଏବେ ମେଡିକାଲରେ ଭତ୍ତି ର୍ ହୋଇଛନ୍ତି । ଛୁରାମାଡ ପରେ ମହିଳାଙ୍କର ହୃଦଘାତ ହୋଇଥିବା ସୂଚନା ମିଲିଛି । ଏବଂ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସୁପରମାର୍କେଟର ପ୍ରତି ମହଲାକୁ ଯାଇ ଏପରି ଆତଙ୍କ ମଚେଇଥିବା ସୂଚନା ମିଲିଛି । ଛୁରାମାଡ ପରେ ପୋଲିସ ସମ୍ପୃକ୍ତ ଆକ୍ରମଣକାରୀଙ୍କୁ ଗିରଫ କରିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ବ୍ୟକ୍ତିଜଣଙ୍କ ଦୁଇ ହାତରେ ଦୁଇଟି ଛୁରୀ ଧରିଥିଲୋ ମାର୍କେଟ କମ୍ପେ୍ଲକ୍ସର ପ୍ରତି ମହଲାକୁ ଯାଇ ମନଇଛା ସମସ୍ତଙ୍କୁ ରକ୍ତାକ୍ତ କରିଚାଲିଥିଲେ । କେହି ତାଙ୍କୁ ବିରୋଧ କରିବା ପୂର୍ବରୁ ସେ ଆକ୍ରମଣ କରି ଲହୁଲୁହାଣ କରିଥିବା କହିଛନ୍ତି ।
ଆକ୍ରମଣକାରୀର ବୟସ ୬୦ ବର୍ଷ ହେବ । ସେ ଏକ ଇଲେକ୍ଟ୍ରୋନିକ୍ସ ମନିଟରିଂ ଆଙ୍କେଲ ବ୍ରେସଲେଟ୍ ପିନ୍ଧିଥିଲା । ଘଟଣାର ଯାଂଚ ଜାରି ରଖିଛି ତଦନ୍ତକାରୀ ଟିମ୍ । ହେଲେ କାହିଁକି ସେ ଏତେଲାକଙ୍କୁ ଛୁରାମାଡ କରୁଥିଲେ ତାର କାରଣ ଜଣାପଡିନାହିଁ ।

