ଲକ୍ଷ୍ନୌ: କାଫେ ମାଲିକ ଶିବ ଶର୍ମା ମୃତ୍ୟୁ ମାମଲା । ପୋଲିସର ରାଡାରରେ ଇନଫ୍ଲୁଏନ୍ସର ଶ୍ରଦ୍ଧା ଦୁବେ । ଶିବ ଶର୍ମାଙ୍କ ମୃତ୍ୟୁ ପରେ ଶ୍ରଦ୍ଧା ନେପାଳ ସୀମା ଆଡକୁ ପଳାଇଥିବା ସନ୍ଦେହ କରୁଛି ପୋଲିସ । ଶ୍ରଦ୍ଧାଙ୍କୁ ଖୋଜିବାକୁ ୬ଟି ପୋଲିସ ଟିମ୍ ନିୟୋଜିତ ହୋଇଥିବା ବେଳେ ଶ୍ରଦ୍ଧାଙ୍କ ସମ୍ପର୍କରେ ସୂଚନା ଦେବାକୁ ୨୫ ହଜାର ଟଙ୍କାର ମୁଣ୍ଡ ଜାମିନ ଘୋଷଣା କରିଛି ପୋଲିସ । ସୂଚନା ଅନୁସାରେ ଗତ ଅକ୍ଟୋବର ୯ ତାରିଖରେ ୨୭ ବର୍ଷୀୟ ଶିବ ଶର୍ମା ଏକ ଆପାର୍ଟମେଂଟର ଚତୁର୍ଥ ମହଲାରୁ ପଡି ମୃତୁ୍ୟବରଣ କରିଥିଲେ । ପ୍ରଥମେ ଏହାକୁ ଏକ ଦୁର୍ଘଟଣା ଭାବେ ତଦନ୍ତ କରାଯାଉଥିବା ବେଳେ ଶିବଙ୍କ ମା ଓ ଭଉଣୀ ଶିବଙ୍କୁ ମାରିଦିଆଯାଇଥିବା ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି । ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ମେକଅପ୍ ଆର୍ଟିଷ୍ଟ ଶ୍ରଦ୍ଧା ଦୁବେ ତାଙ୍କ ପୁଅର ମୃତ୍ୟୁ ପଛରେ ଦାୟୀ ବୋଲି ଶିବଙ୍କ ମା କହିଛନ୍ତି । ଶ୍ରଦ୍ଧା ଶିବଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ବୋଲି ତାଙ୍କ ମାଙ୍କ ଅଭିଯୋଗ ଆଧାରରେ ଶ୍ରଦ୍ଧାଙ୍କୁ ଖୋଜୁଛି ପୋଲିସ । ଏମିତିକି ସେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି । ଶ୍ରଦ୍ଧାଙ୍କ ଭଉଣୀ ଓ ଡ୍ରାଇଭର ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଯେଉଁ ଆପାର୍ଟମେଂଟ ତଳୁ ଶିବ ଶର୍ମାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତ ୩ରୁ ୪ମାସ ହେବ ଶ୍ରଦ୍ଧା ଦୁବେଙ୍କ ସହ ସେହି ଆପାର୍ଟମେଂଟର ଚତୁର୍ଥ ମହଲାରେ ରହୁଥିଲେ ଶିବ । ଶିବଙ୍କ ଦେହରେ ଶିଗାରେଟ୍ ଚେଙ୍କର ଚିହ୍ନ ଥିଲା । ପୋଷ୍ଟର୍ମଟମ ରିପୋର୍ଟରେ ଶିବଙ୍କ ଦେହରେ ଏକାଧିକ ଆଘାତ ଚିହ୍ନ ଥିବା ସହ ଲିଭର ଓ ଲଙ୍ଗସ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । ଶ୍ରଦ୍ଧା ହେଉଛନ୍ତି ଜଣେ ଫ୍ୟାସନ ବ୍ଲଗର୍ । ହାଇଦ୍ରାବାଦରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତାପରେ ଲକ୍ଷ୍ନୌକୁ ସିଫ୍ଟ ହୋଇଥିଲେ । ବିବାହ କରିଥିଲେ ଏବଂ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ନେଇ ଅଲଗା ରହୁଥିଲେ । ତାଙ୍କର ଗୋଟିଏ ପୁଅ ରହିଛି , ଯିଏ ତାଙ୍କ ପୂର୍ବତନ ସ୍ୱାମୀଙ୍କ ପାଖରେ ରହୁଛି । ତାଙ୍କ ଇନଷ୍ଟା ଆକାଉଂଟରେ ୧.୪୧ ଲକ୍ଷ ଫଲୋୟର ଥିବା ବେଳେ ୨୦୧୯ରେ ଏକ ମୃୁ୍ଜିକ ଭିଡିଓ କରିଥିଲେ । ଯାହାର ଭୁ୍ୟ ୨.୭୮ ଲକ୍ଷ ଥିଲା । କେବଳ ସେତିକି ନୁହେଁ ପୋଲିସ ଶ୍ରଦ୍ଧା ଦୁବେଙ୍କର ଟେରରିଷ୍ଟ ଲିଙ୍କ ଥିବା ସନ୍ଦେହ କରୁଛି । ମୁକ୍ତାର ଅନସାରି ଗ୍ୟାଙ୍ଗରେ ଶ୍ରଦ୍ଧା ଯୋଗାଯୋଗରେ ଥିବା, ଓ ଧମକାଇବା ଭଳି କାମ କରୁଥିବା ପୋଲିସ ସନେ୍ଦହ କରୁଛି । ଶିବ ତାଙ୍କ ଫ୍ୟାମିଲ ସହ ଆଲିଗଂଜରେ ରହୁଥିଲେ । କାଫେ ଛଡା ୨ଟି ରେସ୍ତୋରାଁ ବି ଚଳାଉଥିଲେ । ପରେ ଶ୍ରଦ୍ଦାଙ୍କ ସହ ରହିବାକୁ ଲାଗିଲେ । ଅଗଷ୍ଟ ୩୦ରେ ଗୋମତି ନଗର ନାଇଟକ୍ଲବ୍ ରେ ଏକ ଗୁଳିମାଡ ଘଟଣାରେ ଗିରଫ ହୋଇ ଜେଲରେ ଥିଲେ । କିଛି ଦିନ ପୂର୍ବରୁ ବେଲ୍ ରେ ଆସିଥିଲେ ।
BREAKING NEWS
- Hasina blasts PM Tarique Rahman:”ଆପଣଙ୍କ ପିତା ଭାରତ ଆସିଥିଲେ; ଆପଣ କାହିଁକି ନୁହେଁ?” ତାରିକ୍ ରହମାନଙ୍କୁ ହସିନାଙ୍କ କଡ଼ା ସମାଲୋଚନା
- ହାଇଦ୍ରାବାଦକୁ ଫେରିଲେ ଟି.ନଟରାଜନ, ଦିଲ୍ଲୀ କ୍ୟାପିଟାଲ୍ସକୁ ଗଲେ ଯୁବ ସ୍ପିନର୍ ଜୀଶାନ
- ଲକ୍ଷ୍ନୌରେ କାଫେ ମାଲିକ ମୃତ୍ୟୁ ମାମଲା, ଇନଫ୍ଲୁଏନ୍ସର ଶ୍ରଦ୍ଧା ଦୁବେଙ୍କୁ ଖୋଜୁଛି ପୋଲିସ
- ନ୍ୟୁଜିଲାଣ୍ଡ ଗସ୍ତ: ତିନି ପ୍ରମୁଖ ଖେଳାଳିଙ୍କ ଫିଟନେସ୍ ପାଇଁ ଅଟକିଲା ଟେଷ୍ଟ ଓ ଦିନିକିଆ ଦଳ ଚୟନ
- ୯ ଜିଲ୍ଲାରେ ଝଡବର୍ଷା ସମ୍ଭାବନା, ୟେଲୋ ଆଲର୍ଟ ଜାରି…
- ରେଳ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ସରକାର, ମିଳିବ ୭୮ ଦିନର ବୋନସ
- ଓଡିଶା ଟେନିସ୍ ଆସୋସିଆନ ଆୟୋଜିତ ଟୁର୍ଣ୍ଣାମେଂଟ ଉଦଯାପିତ
- Hero Asian Champions Trophy: ପଂଜାବର ହକି ଐତିହ୍ୟ ପ୍ରଦର୍ଶନର ସ୍ୱତନ୍ତ୍ର ଅବସର
- ଯାଜପୁରରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ…
- India’s Data Security: ଭାରତର ଡିଫେନ୍ସ ଡାଟା ଚୋରି କରିପାରିବେନି ଶତ୍ରୁ! ଚାନ୍ଦିପୁରରେ DRDOର କ୍ୱାଣ୍ଟମ୍ କବଚ ପରୀକ୍ଷା ସଫଳ
