ଉତ୍କଳ ବିଶ୍ବବିଦ୍ୟାଳୟ କବ୍ଜା କଲା ABV: ସଭାପତି ପ୍ରାର୍ଥୀ ଅଭିରାମ ମିଶ୍ର ବିଜୟୀ, ଉପସଭାପତି ସହ ୨ଟି ସିଟ୍ ଜିତିଲା NSUI
ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ କବ୍ଜା କଲା ABVP। ୯ରୁ ୭ଟି ସିଟରେ ABVP ପ୍ରାର୍ଥୀ ବିଜୟୀ। ABVPର ଅଭିରାମ ମିଶ୍ର ସଭାପତି ଭାବେ ନିର୍ବାଚିତ। ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେଲେ ଆୟୂଶ୍ରୀ ପ୍ରଧାନ। ଉପସଭାପତି ସହ ୨ଟି ସିଟ୍ ଜିତିଲା NSUI। ପପୁ ରାଉତ ଉପସଭାପତି ଭାବେ ନିର୍ବାଚିତ ହେଲେ। ଜ୍ୟୋତିଶ୍ରୀ ସାହୁ ହେଲେ ଯୁଗ୍ମ ସାଧାରଣ ସମ୍ପାଦକ। କଲ୍ଚରାଲ୍ କ୍ଲବ୍ ସମ୍ପାଦକ ଭାବେ ଏବିଭିପିର ଉତ୍ତମ କୁମାର ମାଝୀ ନିର୍ବାଚିତ ହୋଇଛନ୍ତି ।
ମିଲନ କୁମାର ମେହେର ସୋସିଆଲ୍ ସର୍ଭିସ ଗିଲ୍ଡ ଓ ଜୀବନଜ୍ୟୋତି ବିଶ୍ୱାଳ ବାଣୀବିକାଶର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ଆଥଲେଟିକ୍ କ୍ଲବ୍ ସମ୍ପାଦକ ଭାବେ ଏବିଭିପିର ଜ୍ଞାନରଞ୍ଜନ ପରିଡ଼ା ଏବଂ ସହକାରୀ ସମ୍ପାଦକ ଭାବେ ସୁସ୍ମିତା ସାହୁ ନିର୍ବାଚିତ ହୋଇଛନ୍ତି ।
ବୁଧବାର ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି ?’ ବୈଠକ ଅନୁଷ୍ଠିତ ହୋଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ବୈଠକ ଆରମ୍ଭ ପୂର୍ବରୁ ଜୋରଦାର ଉତ୍ତେଜନା ଦେଖିବାକୁ ମିଳିଲା । ମୁଣ୍ଡ ଫାଟିଲା, ଚେୟାର ଉଡ଼ିଲା । ଗୁରୁବାର ମତଦାନ ଥିଲା । ସକାଳୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଶାନ୍ତ ଥିଲା । ସକାଳ ୮ଟାରୁ ଅପରାହ୍ନ ୨ଟାଯାଏ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ମଧ୍ୟ ହୋଇଥିଲା । ହେଲେ ସଂଧ୍ୟା ୬ଟା ଯାଏ ଆରମ୍ଭ ହୋଇନଥିଲା ଭୋଟ ଗଣତି । ସଂଧ୍ୟା ସାଢ଼େ ୬ଟା ବେଳକୁ ଆରମ୍ଭ ହୋଇଥିଲା ଗଣତି । ଫଳ ଘୋଷଣା ବିଳମ୍ବକୁ ନେଇ ରାଜରାସ୍ତାରେ ବସିଲେ ଛାତ୍ର କଂଗ୍ରେସ ତଥା ଏନ୍ଏସ୍ୟୁଆଇର ପ୍ରାର୍ଥୀ ।

