Latest Odisha News

BREAKING NEWS

ବିସିସିଆଇ ସିନିୟର୍ ସିଲେକ୍ସନ୍ କମିଟି: ଅଗରକରଙ୍କ ସ୍ଥାନ ନେଇପାରନ୍ତି ରମେଶ ପାୱାର

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ପିନର୍ ରମେଶ ପାୱାର ବିସିସିଆଇର ସିନିୟର୍ ମେନ୍ସ ସିଲେକ୍ସନ୍ କମିଟିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସ୍ଥାନ ନେବା ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି । ବର୍ତ୍ତମାନ ପୂର୍ବତନ ସ୍ପିନର୍ ପ୍ରଜ୍ଞାନ ଓଝା ଅନ୍ତରୀଣ ଭାବରେ ଚୟନ ସମିତିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । କ୍ରିକେଟ୍ ଆଡଭାଇଜରି କମିଟି ୧୪ ଅକ୍ଟୋବରରେ ଆବେଦନ ପ୍ରକ୍ରିୟା ଶେଷ କରିବା ପରେ ୧୫ ଅକ୍ଟୋବରରେ ୪-୫ ଜଣ ପ୍ରାର୍ଥୀଙ୍କ ଇଣ୍ଟରଭିଉ ନେଇଥିଲା । ଏଥିରେ ଭାରତର ପୂର୍ବତନ ଓପନର ୱାସିମ ଜାଫର, କୋନର ୱିଲିୟମ୍ସ ଏବଂ ଜ୍ୟାକବ ମାର୍ଟିନ ସାମିଲ ଥିଲେ । ପାୱାରଙ୍କ ନାମରେ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି ।

ରମେଶ ଭାରତ ପାଇଁ ୨ଟି ଟେଷ୍ଟ ଏବଂ ୩୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଏହା ବ୍ୟତୀତ ସେ ୨୦୧୮ ଏବଂ ୨୦୨୧ରେ ଦୁଇଟି ଭିନ୍ନ କାର‌୍ୟ୍ୟକାଳରେ ଭାରତୀୟ ସିନିୟର୍ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ପୱାର ପ୍ରଥମେ ଜୁନିୟର୍ ସିଲେକ୍ସନ୍ କମିଟିର ଚେୟାରମ୍ୟାନ୍ ପଦ ପାଇଁ ମଧ୍ୟ ଆବେଦନ କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ତାଙ୍କୁ ସିନିୟର୍ କମିଟିରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ କର୍ଣ୍ଣାଟକର ପୂର୍ବତନ ଦ୍ରୁତ ବୋଲର ଡୋଡା ଗଣେଶଙ୍କୁ ଜୁନିୟର୍ ସିଲେକ୍ସନ୍ କମିଟିର ଅଧ୍ୟକ୍ଷ କରାଯିବାର ସମ୍ଭାବନା ରହିଛି । ୨୦୧୮ ମହିଳା ଟି-୨୦ ୱାର୍ଲ୍ଡ କପ୍ ସମୟରେ ତତ୍କାଳୀନ ଅଧିନାୟିକା ମିତାଲି ରାଜଙ୍କ ସହ ପୋୱାରଙ୍କର ବିବାଦ ଦେଖାଦେଇଥିଲା, ଯାହା ପରେ ତାଙ୍କୁ କୋଚ୍ ପଦରୁ ହଟାଯାଇଥିଲା । ଏହି ନିଯୁକ୍ତି ସମ୍ପର୍କରେ ବିସିସିଆଇ ପକ୍ଷରୁ ଏପର‌୍ୟ୍ୟନ୍ତ କୌଣସି ଆଧିକାରୀକ ଘୋଷଣା କରାଯାଇ ନାହିଁ।

Leave A Reply

Your email address will not be published.