Latest Odisha News

BREAKING NEWS

ଡ୍ୟୁଟି ସମୟରେ ମାତାଲ ପୋଲିସକର୍ମୀଙ୍କ ହଙ୍ଗାମା, ଭିଡିଓ ଭାଇରାଲ

ବାରିପଦା: ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ କର୍ତ୍ତବ୍ୟରତ ଜଣେ ପୋଲିସକର୍ମୀଙ୍କ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଓଏପିଏଫ କନେଷ୍ଟବଳ ନିଷାସକ୍ତ ଅବସ୍ଥାରେ ହଙ୍ଗାମା କରୁଥିବା ନଜର ଆସିଛନ୍ତି ।

ଗଙ୍ଗା ବିହାରୀ ନାୟକ ନାମକ ଓଡିଶା ସଶସ୍ତ୍ର ପୋଲିସ ବଳର ଜଣେ କନେଷ୍ଟବଳ ଭିଡିଓରେ ଦୁର୍ବ୍ୟବହାର କରୁଛନ୍ତି । ବଡ ସାହିରେ ହିଙ୍ଗୁଳା ଯାତ୍ରା ସମୟରେ ଡ୍ୟୁଟିରେ ଥିବାବେଳେ ସେ ସାର୍ଟ ଖୋଲି ଲୋକମାନଙ୍କୁ ଓ ଉଚ୍ଚ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ରାଇରଙ୍ଗପୁରରେ ନିଯୁକ୍ତି ସମୟରେ ମଧ୍ୟ କନେଷ୍ଟବଳଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.