Latest Odisha News

BREAKING NEWS

ସୁବର୍ଣ୍ଣରେଖା ନଦୀରେ ଅଘଟଣ;ବୁଡିଗଲେ ୨ ଭାଇ

ଜଳେଶ୍ବର:ବୁଡ଼ିଯାଇ ଦୁଇ ଭାଇଙ୍କ ମୃତ୍ୟୁ । ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ତଳଧଣ୍ଡା ଗାଁର ।

ସୂଚନାଥାଉକି, ୨ ଭାଇ ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ସମୟରେ ଅସାବଧାନତାବଶତଃ ଗଭୀର ଜଳରେ ବୁଡ଼ିଯାଇଥିଲେ। ସେମାନେ ପାଣିରେ ବୁଡ଼ିଯାଇଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ଚେଷ୍ଟା ପରେ ଉଭୟ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ଗୋଟିଏ ପରିବାରର ଦୁଇ ଭାଇଙ୍କ ଏପରି ଅକାଳ ମୃତ୍ୟୁ ଖବର ଗାଁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.