Latest Odisha News

BREAKING NEWS

Vigilance Raid:ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ;ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ସ୍ଥାନରେ ଚଢ଼ାଉ

ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଆର ଆଣ୍ଡ ବି (R&B) ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କ ଘରେ ଚଢ଼ାଉ। ୭ଟି ଭିନ୍ନ ଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଆଜି କଟକ ସ୍ପେଶାଲ ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ୩ ଜଣ ଏସପି, ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁର (ବଡ଼ଚଣା) ସମେତ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି।

କଟକ ସିଡିଏରେ ଥିବା ତିନି ମହଲା କୋଠା, ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନି ମହଲା କୋଠା, କଟକ କଣ୍ଟାପଡ଼ାଠାରେ ଥିବା ଫାର୍ମ ହାଉସ, ପୁରୀ କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆସ୍ଥିତ ପୈତୃକ ଗ୍ରାମର ଦୁଇ ମହଲା ଘର, କଟକ ୪୨ ମୌଜାରେ ଥିବା ଶ୍ୱଶୁର ଘର, ଭୁବନେଶ୍ୱରରେ ଥିବା ଦୁଇ ମହଲା କୋଠା ସହ ଚୌଦ୍ୱାର ଚାରିବାଟିଆ ଆର ଆଣ୍ଡ ବି ଡିଭିଜନ ଅଧୀନସ୍ଥ ବଡ଼ଚଣାରେ ଥିବା ତପନ ସେଠୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି |

ତେବେ ଚଢ଼ାଉ ବେଳେ କେତେ ସମ୍ପତ୍ତି ଠାବ ହୋଇଛି, ସେନେଇ ଏଯାଏଁ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।

 

Leave A Reply

Your email address will not be published.