Latest Odisha News

BREAKING NEWS

ଦାଉଦର ଡି-କମ୍ପାନୀ ଭାରତ ଭିତ୍ତିକ ନୁହେଁ, ଜାତିସଂଘରେ ପ୍ରତ୍ୟାଖ୍ୟାନ କଲା ଦେଶ

ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁସାରେ ଗ୍ୟାଙ୍ଗଷ୍ଟର ଦାଉଦର ନେତୃତ୍ୱାଧିନ ଡି-କମ୍ପାନୀ ଭାରତ ଆଧାରିତା ଯାହା ଏକ ଅପରାଧିକ କାର୍ଯ୍ୟକଳାପକୁ ଇଙ୍ଗିତ କରୁଛି । ଏପରି ଏକ ରିପୋର୍ଟକୁ ଦୃଢ ଭାବେ ଜାତିସଂଘରେ ଖଣ୍ଡନ କରିଛି ଭାରତ । ରିପୋର୍ଟରେ ଥିବା ତ୍ରୁଟି ଉଲ୍ଲେଖ କରି ଏପରି ତଥ୍ୟ ଅକ୍ଷମଣୀୟ ବୋଲି କହିଛି ଭାରତ । ଯାହା ବିଶ୍ୱଦରବାରରେ ଦେଶର ନାଁକୁ କଳୁଶିତ କରୁଛି । ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସିଚବ ରଘୁ ପୁରୀ ବୁଧବାର ଜାତିସଂଘ ସାଧାରଣ ପରିଷଦର ତୃତୀୟ କମିଟିରେ ଆତଙ୍କବାଦ ମୁକାବିଲା ସମୟରେ ମାନବାଧିକାର ଏବଂ ମୌଳିକ ସ୍ୱାଧୀନତାର ପ୍ରୋତ୍ସାହନ ଏବଂ ସୁରକ୍ଷା ଉପରେ ସ୍ୱତନ୍ତ୍ର ରିପୋର୍ଟର ବେନ୍ ସାଉଲଙ୍କ ରିର୍ପୋଟର ଜବାବ ଦେଇ ଏହି ଦୃଢ ପ୍ରତିକ୍ରିୟା ପ୍ରଦାନ କରିଛନ୍ତି । ଏହି ଅବସରରେ ପୁରୀ କହିଛନ୍ତି , ପ୍ରତିନିଧି ମଣ୍ଡଳୀ ଅନ୍ୟ ଫୋରମରେ ମଧ୍ୟ ଏସଆରଙ୍କ ଦ୍ୱାରା ତଥ୍ୟଗତ ତ୍ରୁଟିପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିବା ଏବଂ ସେଗୁଡିକ ପାଇଁ ତାଙ୍କୁ ଦାୟୀ କରାନଯିବା ଭଳି ଅଗ୍ରହଣୀୟ ପରିସ୍ଥିତି ପ୍ରତି ଗମ୍ଭୀର ଚିନ୍ତାକୁ ସୂଚାଇ ଆସୁଛନ୍ତି । ଏହି ରିର୍ପୋଟ ସଦସ୍ୟ ରାଷ୍ଟ୍ର ଗୁଡିକୁ ଏକ ସତ୍ୟ ହାସଲ ସହ ଉପସ୍ଥାପନ କରୁଛି । ଯାହା ପୂର୍ବରୁ ଏହାର ବୈଧତା ପ୍ରତି ଚାଲେଂଜର ସମ୍ମୁଖୀନ ହେଉଥିବା ଏକ ସଂଗଠନ ପାଇଁ ଦୁର୍ଭାଗ୍ୟଜନକ ପରିସ୍ଥିତି । ଏହି ପରିପ୍ରେକ୍ଷିରେ ଦେଶ ସମ୍ପର୍କରେ ଥିବା ତ୍ରୁଟିପୂର୍ଣ୍ଣ ତଥ୍ୟ ଦର୍ଶାଇଥିଲେ ପୁରୀ । ସାଉଲଙ୍କ ରିର୍ପୋଟରେ କୁହାଯାଇଛି ୨୦୦୩ରେ ସୁରକ୍ଷା ପରିଷଦ ଏକ ଅପରାଧିକ ଗୋଷ୍ଠୀ ଭାରତ ଭିତିକ ଡି-କମ୍ପାନୀର ନେତାଙ୍କୁ ଅଲ-କାଏଦା ସହ ଜଡିତ ଥିବା ପାଇଁ ତାଲିକାଭୁକ୍ତ କରିଥିଲା । ରିପୋର୍ଟରେ ଲେଖାଥିବା ସେ ଧାଡିଟି ବାସ୍ତବତାଠାରୁ ଭିନ୍ନ ଚିତ୍ର ଅଙ୍କନ କରୁଛି । ଡି-କମ୍ପାନୀକୁ ଭାରତ ଭିତିକ ଭାବେ ବର୍ଣ୍ଣର୍ନାକୁ ଦୃଢ ଭାବରେ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଅପରାଧିକ ସଂଗଠନ ଏବଂ ଏହାର ତାଲିକାଭୁକ୍ତ ନେତା ଦାଉଦ ଇବ୍ରାହିମ୍ ୧୯୯୩ ମସିହାରୁ ଆତଙ୍କବାଦୀ ଆକ୍ରମଣ ସହ ଜଡିତ । ୧୨୬୭ ପ୍ରତିବନ୍ଧକ ବ୍ୟବସ୍ଥା ଅଧିନରେ ତାଲିକାଭୁକ୍ତ ହେବାର କାରଣ ଗୁଡିକର ବର୍ଣ୍ଣର୍ନାତ୍ମକ ସାରାଂଶରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଜାତିସଂଘ ସୁରକ୍ଷା ପରିଷଦର ଅଲ-କାଏଦା ପ୍ରତିବନ୍ଧକ ବ୍ୟବସ୍ଥାକୁ ଉଲ୍ଲେଖ କରି କହିଛନ୍ତି । ଏହି ସତ୍ୟକୁ ଉଲେଖ ନକରିବା ଦୁଃଖଦ । ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶଧାରୀଙ୍କ ପକ୍ଷରୁ ଏପରି ଅକ୍ଷମତା ଏହି ସଂଗଠନକୁ କ୍ଷତି ପହଚାଂଏ । ରେକର୍ଡରେ ସଂଶୋଧନ ପାଇଁ ରଘୁ ପୁରୀ କହିଛନ୍ତି, ଦାଉଦ ୨୦୦୩ ତାଲିକାଭୁକ୍ତ ହେବା ପୂର୍ବରୁ ଭାରତରୁ ପଲାଇଥିଲା । ଏହି ସମୟରେ ଦେଶ ବାହାରେ ତାକୁ ଅଲକାଏଦା ଏବଂ ଓସାମା ବିନ୍ ଲାଡେନ ସହ ଜଡିତ ଥିବାରୁ ତାଲିକାଭୂକ୍ତ କରାଯାଇଥିଲା । ଦାଉଦ ଭାରତର ଜଣେ ମୋଷ୍ଟ ୱାଂଟେଡ୍ ଅପରାଧୀ । ଜାତିସଂଘ ତାଲିକା ଅନୁସାରେ ସେ, ସେହି ଦେଶରେ ରୁହନ୍ତି, ଯେଉଁଠାରେ ଅଲକାଏଦା ନେତା ଓସାମା ବିନ୍ ଲାଡେନକୁ ହତ୍ୟା କରାଯାଇଥିଲା । ୨୦୧୧ରେ ପାକିସ୍ତାନର ଅବୋଟାବାଦ୍ ସହରରେ ଏକ ଚଢାଉରେ ଆମେରିକୀୟ ନୌସେନା ଲାଡେନକୁ ମାରିବାରେ ସଫଳ ହୋଇଥିଲେ ।

 

Leave A Reply

Your email address will not be published.