Latest Odisha News

BREAKING NEWS

Red Corner Notice: ଋଷୀୟ ମହିଳାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ୍‌

ଖୁବଶୀଘ୍ର ଭାରତ ଫେରିବେ ମା’ ପୁଅ

ନୂଆଦିଲ୍ଲୀ: ନାବାଳକ ପୁଅକୁ ନେଇ ଭାରତରୁ ପଳାଇଥିବା ଜଣେ ଋଷୀୟ ମହିଳାଙ୍କ ବିରୋଧରେ ଜାରି ହେଲା ରେଡ୍ କର୍ଣ୍ଣର ନୋଟିସ୍ । ଭିକ୍ଟୋରିଆ ବସୁ ନାମକ ଋଷୀୟ ମହିଳା ନିଜ ଭାରତୀୟ ସ୍ୱାମୀ ସୈକତ ବସୁଙ୍କ ସନ୍ତାନର କଷ୍ଟଡିକୁ ନେଇ ବିବାଦ ଚାଲିଥିବା ବେଳେ ପୁଅକୁ ନେଇ ଦେଶ ଛାଡି ପଳାଇଥିଲେ । ଦିଲ୍ଲୀ ପୋଲିସ ଗୁରୁବାର ସାକେତ୍ କୋର୍ଟଙ୍କୁ ଜଣାଇଛନ୍ତି , ଋଷୀୟ ନାଗରିକ ଭିକ୍ଟୋରିଆ ବସୁଙ୍କୁ ଭାରତକୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରଣାଳୟ ଏବଂ ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ମାଧ୍ୟମରେ ଅନୁରୋଧ କରାଯାଇଛି । ଜଣେ ଭାରତୀୟ ବ୍ୟକ୍ତି ସୈକତ ବସୁଙ୍କୁ ବିବାହ କରିଥିବା ଋଷୀୟ ମହିଳା ଭିକ୍ଟୋରିଆ ସମ୍ବନ୍ଧୀୟ ମାମଲାରେ ପୋଲିସ ଏକ ଆକ୍ସନ ଟେକେନ୍ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରିଛି । ଏମିତିକି ଭିକ୍ଟୋରିଆଙ୍କୁ ଭାରତ ଛାଡିବାରେ ସହାୟତା କରିଥିବା ସନ୍ଦେହରେ ଜଣେ ମହିଳା ନତାଶାଙ୍କ ସହ ଯୋଗାଯୋଗରେ ରହିଛି ପୋଲିସ । ସୂଚନା ଅନୁସାରେ ଭାରତର ସୁପ୍ରିମକୋର୍ଟଙ୍କଠାରୁ ସନ୍ତାନର ଯୌଥ କଷ୍ଟଡି ନେଇ ଆଦେଶ ପାଇବା ପରେ ଭିକ୍ଟୋରିଆ ଗତ ବର୍ଷ ନିଜ ନାବାଳକ ପୁଅକୁ ନେଇ ଦେଶ ଛାଡି ପଳାଇଥିଲେ । ତାଙ୍କୁ ପୁଣି ଦେଶକୁ ଫେରାଇ ଆଣିବାକୁ ଏକ ରେଡ କର୍ଣ୍ଣର ନୋଟିସ୍ ଜାରି ହୋଇଛି ।

୨୦୧୭ରେ ଭିକ୍ଟୋରିଆଙ୍କୁ ବିବାହ କରିଥିଲେ ସୈକତ । ୨୦୨୦ ଅକ୍ଟୋବର ୨୯ରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ । ପରବର୍ତ୍ତୀ ସମୟରେ ଉଭୟ ଅଲଗା ହେବା ଏବଂ ପୁଅର କଷ୍ଟଡି ନେଇ କେସ୍ ଚାଲିଥିଲା ।ମାନ୍ୟବର ସୁପ୍ରିମକୋର୍ଟ ଉଭୟଙ୍କୁ କଷ୍ଟଡି ଅର୍ଡର ଦେବା ପରେ ୨୦୨୫ରେ ଭିକ୍ଟୋରିଆ ପୁଅକୁ ନେଇ ପଳେଇଥିବା ଡିଫେନ୍ସ କଲୋନୀ ଥାନାରେ ଏଫଆଇଆର ଦେଇଥିଲେ ସ୍ୱାମୀ ସୈକତ । ୧୩ ମାର୍ଚ୍ଚ ୨୦୨୩ରେ ନିଜ ମାଆଙ୍କ ସହ ମିଶି ସ୍ୱାମୀକୁ ନଜଣାଇ ପିଲାଟିକୁ ଛାଡି କେଉଁଆଡେ ପଳାଇଥିଲେ ଭିକ୍ଟୋରିଆ । ପରେ ପୁଅର ସମ୍ପୂର୍ଣ୍ଣ କଷ୍ଟଡି ପାଇଁ ଆବେଦନ କରିଥିଲେ । ଏବଂ ୨୦୨୫ରେ କୋର୍ଟ ଯୌଥ କଷ୍ଟଡି ଶୁଣାଣି କରିବାରୁ ପୁଅକୁ ନେଇ ପଳାଇଥିବା ସୂଚନା ରହିଛି । ତେଣୁ ତାଙ୍କୁ ଫେରାଇ ଆଣିବାକୁ ଏକ ଆନୁଷ୍ଠାନିକ ପ୍ରତ୍ୟାର୍ପଣ ଅନୁରୋଧ ଗୃହମନ୍ତ୍ରାଳୟକୁ ଦେବା ସହ ସମୟ ମାଗିଛି ଦିଲ୍ଲୀ ପୋଲିସ । ତେଣୁ ଭିକ୍ଟୋରିଆ ବସୁଙ୍କ ବିରୋଧରେ ଇଂଟରପୋଲ ରେଡ କର୍ଣ୍ଣର ନୋଟିସ୍ ଜାରି କରିଛି । ପିଲାକୁ ବାପା ହେପାଜତରୁ ଛଡାଇ ନେଇଥିବା ଋଷୀୟ ମହିଳାଙ୍କୁ ଖୋଜିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ ପରେ ଏହି ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି । ଜଙ୍ଗଲ ରାସ୍ତା ଦେଇ ନେପାଳ ପଳାଇଥିବା ସନ୍ଦେହ କରାଯାଉଛିା ଅନ୍ତର୍ଜାତୀୟ ସ୍ତରରେ ଖୋଜି ବାହାର କରିବାକୁ ନୋଟିଜ୍ ବେଶ ସହାୟକ ହେବ ।

 

Leave A Reply

Your email address will not be published.