Latest Odisha News

BREAKING NEWS

No PUC, No Fuel: ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ନୂଆ ନିୟମ

ସହର ସୀମାରେ ରହିବେ ମିଳିତ ପ୍ରବର୍ତ୍ତନ ଟିମ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦୁଃଖ ବାୟୁ ପ୍ରଦୂଷଣ । ପ୍ରଦୂଷଣ ରୋକିବାକୁ ତ ଚାଲିଛି କେତେ କଣ କସରତ । କେବେ ଅଡ୍ ଇଭେନ୍ ନମ୍ବର ତ ଏବେ ପୁଣି ଦିଲ୍ଲୀ ସ୍ଥିତିରେ ସୁଧାର ପାଇଁ ଗାଡିଚାଳକଙ୍କ ପାଇଁ ଆସିଛି ନୂଆ କଟକଣା । ଏବେ ପୁଣି ଶୀତ ଦିନ ଆସୁଥିବାରୁ ଦିଲ୍ଲୀକୁ ଘାରିଲାଣି ଶୀତକାଳୀନ ପ୍ରଦୂଷଣ ଚିନ୍ତା । ଦିଲ୍ଲୀ ଏନସିଆରରେ ବିଶେଷକରି ଶୀତଦିନେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ଥାଏ । ଗାଡିରୁ ନିଗ୍ରତ ଧୂଆଁ, ନିର୍ମାଣ କାମରୁ ପ୍ରଦୂଷଣ ଯୋଗୁ ଦିଲ୍ଲୀର ଏୟାର କ୍ୱାଲିଟି ବିପର୍ଯ୍ୟସ୍ତ । ତେବେ ଏହି ପ୍ରଭାବ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଏସ-୫ ମାନକ ପୂରଣ କରୁନଥିବା ଗାଡି ନଭେମ୍ବର୧ରୁ ଫେବ୍ରୁଆରୀ ୨୮ଯାଏଁ ଦଲ୍ଲୀରେ ପ୍ରବେଶ କରିପାରିବ ନାହିଁ । କାର, ମୋଟରସାଇକେଲେ, ବସ୍‌, ସମସ୍ତ ସରକାରୀ ଓ ବେସରକାରୀ ଯାନବାହନ ଉପରେ କଟକଣା ଲାଗୁ ହେବ । ଏପ୍ରିଲ ୨୦୨୦ ପୂର୍ବରୁ ବିକ୍ରି ହୋଇଥିବା ଯେକୌଣସି ଗାଡି ଦଲ୍ଲୀ ରାସ୍ତାରେ ଗଡି ପାରିବନାହିଁ । ଏହାସହ ୧୦ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଗାଡି ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡି ଉପରେ ଥିବା ଏନଜିଟିର କଟକଣା ମଧ୍ୟ ପୂର୍ବପରି ବଳବତ୍ତର ରହିବ । କେବଳ ସେତିକି ନୁହେଁ ଗାଡିର ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ମିଳିବନି ଇନ୍ଧନ । ଏମିତିକି ପିୟୁସି ନଥିଲେ ତେଲ ଟାଙ୍କିରୁ ତେଲ ଦେବେନି ବୋଲି କଡା ଚେତାବନୀ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ପିୟୁସି ନବୀକରଣ ସହ ଦୁଇଥର ଡକ୍ୟୁମେଂଟ ଯାଂଚ ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସାର୍ବଜନୀନ ଓ ଘରୋଇ କ୍ଷତ୍ରେରେ କର୍ମଚାରୀଙ୍କ ପାଇଁ ୫୦ପ୍ରତିଶତ ଘରୁ କାମ ନୀତି ସହ ଭିଡ ଏଡାଇବାକୁ ଅଫିସ ସମୟ ସ୍ଥିର କରାଯାଇଛି ।


ସେପଟେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ଟ୍ରାଫିକ୍ ପୋଲିସ କିଛି କାମ ହାତକୁ ନେଇଛି । ବହୁ ଏଜେନ୍ସିର ସମନ୍ୱୟରେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରି ଦିଲ୍ଲୀ ସୀମାରୁ ଆନ୍ତଃନଗର ଓ ଆନ୍ତଃରାଜ୍ୟ ଗାଡିର ରୁଟ୍ ପରିବର୍ତ୍ତନ କରିବା , ଦଲ୍ଲୀ ବାହାରେ ପଂଜିକୃତ ଗାଡିର ପ୍ରବେଶ ପ୍ରତିବନ୍ଧକ ଲଗାଇବା ପାଇଁ ସହର ସୀମାରେ ମିଳିତ ପ୍ରବର୍ତ୍ତନ ଦଳ ସ୍ଥାପନ ହେଉଛନ୍ତି । ଏନେଇ ଗୁରୁବାର ନାଗରିକ ସଂସ୍ଥା ଓ ପଡୋଶୀ ରାଜ୍ୟର ପୋଲିସ ସହ ଅନ୍ୟ ଅଂଶୀଦାରମାନଙ୍କ ବୈଠକ ଅନୁଷ୍ଠିିତ ହୋଇଥିଲା । ଆନ୍ତଃରାଜ୍ୟ ଯାନବାହନକୁ ସୀମାରୁ ହିଁ ରାସ୍ତା ପରିବର୍ତ୍ତନ କରିବାକୁ କୁହାଯାଇଛି । କାରଣ ଦିଲ୍ଲୀରେ ପ୍ରବେଶ କରିବା ପରେ ସେମାନଙ୍କର ଡାଇଭର୍ସନ ଟ୍ରାଫିକ ଭିଡ ଏବଂ ଅତିରିକ୍ତ ବାୟୁ ପ୍ରଦୂଷଣର କାରଣ ହେବ । କେଉଁ ଗାଡି ଦିଲ୍ଲୀରେ ପ୍ରବେଶ କରିବ କେଉଟା ନୁହେଁ ସେଥିପାଇଁ ଦିଲ୍ଲୀ ସୀମାରେ ଲାଗିବ ସ୍ୱତନ୍ତ୍ର ପ୍ରଦର୍ଶନୀ ବୋର୍ଡା

Leave A Reply

Your email address will not be published.