ମୁମ୍ବାଇ: ମୁମ୍ବାଇରେ ବିସ୍ଫୋରଣ ଧମକ୍ । ଏକାଧିକ ସ୍ଥାନରେ ବୋମାମାଡ ନେଇ ଆସିଛି ଧମକପୂର୍ଣ୍ଣ ଇମେଲ୍ । ମେୟର ଋତୁ ତାଉଡେଙ୍କୁ ମୁମ୍ବାଇ ବହୁ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଏକ ଧମକପୂର୍ଣ୍ଣ ଏବେ ଖୁବ ଚର୍ଚ୍ଚାରେ । ସେଲିବ୍ରିଟିଙ୍କୁ ଧମକ ଦେଇ ଖାଲିସ୍ତାନ ବିଷୟରେ ଉଲ୍ଲେଖ ଥିବା ଏହି ଇମେଲ୍ ନେଇ ଦିଲ୍ଲୀରେ ବଢିଛି ସୁରକ୍ଷା ବ୍ୟବସ୍ଥା । ମେୟର ଅଫିସରେ ବୋମା ବିସ୍ଫୋରଣ ସହ ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଜୁହୁ ସ୍ଥିତ ଘର ଜଲସାରେ ବୋମାମାଡ ନେଇ ଦିଆଯାଇଛି ଧମକ୍ । ସେହିପରି ଗାୟକ ଦିଲଜିତ୍ ଦୋସାଂଜଙ୍କ ନଭେମ୍ବର ୨୭ରେ ଥିବା କନସର୍ଟ ଭେନ୍ୟୁକୁ ଟାର୍ଗେଟ କରାଯାଇଛି । ଏହାସହ ଇମେଲରେ ଅକ୍ଟୋବର ୩୧ରେ ଏକ ସ୍କୁଲରେ ଗ୍ରେନେଡ୍ ଆକ୍ରମଣ ବିଷୟରେ ମଧ୍ୟ ଚେତାବନୀ ଦିଆଯାଇଛି । ବୋମା ଧମକ ପରେ ସହରରେ ଏବେ ପୋଲିସ ଛାଉଣୀ । ହାଇଆଲର୍ଟରେ ମାୟାନଗରୀ ମୁମ୍ବାଇ । ଶୁକ୍ରବାର ସାରା ସହରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ହୋଇଛି । ଆଇନ ପ୍ରବର୍ତ୍ତନ କର୍ଯ୍ୟକ୍ଷମାନେ ଏନେଇ ବ୍ୟାପକ ତଦନ୍ତ ଆରମ୍ଭ କରିଛନ୍ତି । ସମସ୍ତ ବିପଦପୂଣ୍ଣ ର୍ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିପରି ଶୁକ୍ରବାର ସକାଳୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଂଟରନାସନାଲ ଏୟାରପୋର୍ଟରେ ଜଣେ ସଫେଇ କର୍ମଚାରୀ ମହିଳା ଟଏଲେଟ ସଫା କଲାବେଳେ ମିଳିଥିଲା ଧମକପୂର୍ଣ୍ଣରୁ ଚିଠି । ଏକ ହାତଲେଖା ଟିସୁ ପେପରରେ ବୋର୍ଡିଂ ଗେଟ-୩୦ରେ ବମ୍ ଥିବା ଧମକ୍ ମିଲିଥିଲା । ସଙ୍ଗେସଙ୍ଗେ ବମ୍ ସ୍କ୍ୱାର୍ଡ, ସିଆଇଏସଏଫ୍ ଅଫିସର ସର୍ଚ୍ଚରେ ଲାଗିପଡିଥିଲେ । ବିମାନ ଚଳାଚଳରେ କୌଣସି ବାଧା ଉପଜୁଜିନାହିଁ । ସୁରକ୍ଷା ଏଜେନ୍ସି ଯାତ୍ରୀଙ୍କୁ ସତର୍କ କରାଇବା ସହ ବିମାନବନ୍ଦରର କିଛି ଅଂଶ ଖାଲି କରାଇ ସଚ୍ଚ ର୍ ଅଭିଯାନ ଚଳାଇଥିଲେ । କୌଣସି ବିସ୍ଫୋରକ ମିଳିନଥିଲା ।
ଅକ୍ଟୋବର ୮ରେ ବିମାନବନ୍ଦର ପରିସରରେ ବିସ୍ପୋରକ ରଖାଯାଇଥିବା ନେଇ ଏକ ଇମେଲ୍ ଧମକ ମିଳିଥିଲା । ପ୍ରାୟ ୨ ସପ୍ତାହ ପରେ ଏହି ଘଟଣା ଘଟିଛି ।
BREAKING NEWS
- ଆସନ୍ତାକାଲି କୋଟିଆକୁ ନେଇ ସର୍ବଦଳୀୟ ବୈଠକ;ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ କହିଲେ ରାଜସ୍ବ ମନ୍ତ୍ରୀ
- Bomb Threats: ମୁମ୍ବାଇରେ ବିସ୍ଫୋରଣ ନେଇ ମେୟରଙ୍କୁ ଇମେଲ୍, ହାଇଆଲର୍ଟ
- Police Seize Brown Sugar:୨୦ ଲକ୍ଷର ବ୍ରାଉନସୁଗାର ଜବତ:୨ ଗିରଫ; ୫ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
- No PUC, No Fuel: ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ନୂଆ ନିୟମ
- Project Lakshya: ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଲକ୍ଷ୍ୟ’; ଗ୍ରାମାଞ୍ଚଳ ଝିଅଙ୍କ ଫୁଟବଲ ସ୍ୱପ୍ନକୁ ଦେଉଛି ନୂଆ ଉଡାଣ…
- ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଐତିହାସିକ ରାୟ; ଫେରିଲା ୧୧ ଏକର ଜମି
- ଗୁରୁଗ୍ରାମରେ ବିଦ୍ୟୁତ୍ କର୍ମଚାରୀଙ୍କ ଧର୍ମଘଟ, ପ୍ରତିବାଦରେ ଲୋକଙ୍କ ବିକ୍ଷୋଭ
- ଓଲଟିଲା ଡିଜେ ଗାଡ଼ି: ଜଣେ ମୃତ, ୧୦ରୁ ଅଧିକ ଆହତ
- Red Corner Notice: ଋଷୀୟ ମହିଳାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ୍
- ଇନଷ୍ଟା ଡେବ୍ୟୁ କରିବା ମାତ୍ରେ ଭାଇରାଲ ହେଲା ସୋନିଆ ଗାନ୍ଧୀଙ୍କ ପ୍ରଥମ ରିଲ୍, ଭ୍ୟୁଜ୍ ବଢିଲେ କେତେ ରୋଜଗାର ହେବ ଜାଣନ୍ତୁ..
