ବ୍ୟୁରୋ: ଆସୁଛି ଆକ୍ସନ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ସୂର୍ଯ୍ୟ-ଅନ୍ତ ସେ ଆରମ୍ଭ ତକ୍’ ଯାହାକୁ ନେଇ ଏବେ ଘନେଇଲାଣି ବିବାଦ । ମୁଭିର ଟିଜରକୁ ନେଇ ଏବେ ଚର୍ଚ୍ଚା ଜୋର୍ । ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଓ ଏମ୍ସ ଦିଲ୍ଲୀର ରେସିଡେଂଟ ଡାକ୍ତରମାନେ ସନ୍ନି ଦେଓଲ ଷ୍ଟାରର ଏହି ଫିଲ୍ମକୁ କଡା ନିନ୍ଦା କରିଛନ୍ତି । ଫିଲ୍ମର ଟିଜରରେ ଦେଖାଯାଇଥିବା କାହାଣୀର ପ୍ଲଟ୍ ସେମାନଙ୍କ ବୃତ୍ତିକୁ କୁଠାରଘାତ କରୁଥିବା ଅଭିଯୋଗ ହୋଇଛି । ଏହା ଡାକ୍ତରୀ ବୃତ୍ତିରେ ଦୁର୍ନୀତିକୁ ସାଧାରଣୀକରଣ କରୁଛି ଏବଂ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମୀଙ୍କ ବିରୁଦ୍ଧରେ ହିଂସାକୁ ଯଥାର୍ଥ କରିବା ବିପଦ ସୃଷ୍ଟି କରୁଛି ବୋଲି ମତ ପ୍ରକାଶ ପାଇଛି । ବିଷୟବସ୍ତୁର ନିରପେକ୍ଷ ସମୀକ୍ଷା ଏବଂ ପ୍ରଯୁଜ୍ୟ ଆଇନ ଅନୁସାରେ ତୁରନ୍ତ ଉପଯୁକ୍ତ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଫିଲ୍ମରେ ରବି କିଶନ ମଧ୍ୟ ନଜର ଆସିଛନ୍ତିା ନଭେମ୍ବର ୨୦ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ଟିଜର ସୋମବାର ରିଲିଜ୍ ହୋଇଥିଲା । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଆଇଏମଏ ତରଫରୁ ଏକ ବିବୃତିରେ କୁହାଯାଇଛି ଡାକ୍ତର ମାନେ ଚିକିତ୍ସକ, ଘୃଣା କିମ୍ବା ହିଂସାର ଟାର୍ଗେଟ ନୁହନ୍ତି । ପ୍ରତିଦିନ ହଜାର ହଜାର ଡାକ୍ତର ମାନବିକତା ଓ ସେବା ମନୋଭାବରେ କାମ କରିଚାଲିଛନ୍ତି । ବିଭିନ୍ନ ଚାଲେଂଜ ଗ୍ରହଣ କରି ରୋଗୀକୁ ବଂଚାଇବାର ଚେଷ୍ଟା କରନ୍ତି । କିନ୍ତୁ କିଛି ହାତଗଣତି ଲୋକଙ୍କ ଭୁଲ୍ ପାଇଁ ପୁରା ବୃତ୍ତି କିମ୍ବା ଅନ୍ୟ ଡାକ୍ତରଙ୍କୁ ଟାର୍ଗେଟ କରି ଏପରି ଫିଲ୍ମ ବନାଇବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଛି । ସୃଜନଶୀଳ ଅଭିବ୍ୟକ୍ତିର ସ୍ୱାଧୀନତା ମୌଳିକ ଅଧିକାର କିନ୍ତୁ ଏହାକୁ ଦାୟିତ୍ୱର ସହ ପାଳନ କରିବା ଜରୁରୀ । ଡାରକ୍ତରଙ୍କ ବିରୋଧରେ ହିଂସାକୁ ଗୌରବର ସହ ଗ୍ରହଣ କରିବା ଉଚ୍ଚିତ ନୁହେଁ । ଏହା ରୋଗୀ ଓ ଡାକ୍ତରଙ୍କ ଭିତରେ ଥିବା ବିଶ୍ୱାସର ମୁଳଦୂଆ ଦୋହଲେଇଦେଇପାରେ ବୋଲି ମତ ବ୍ୟକ୍ତ କରିଛନ୍ତି କିଛି ଡାକ୍ତର । ଫିଲ୍ମରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଶାରିରୀକ ନିର୍ଯ୍ୟାତନାକୁ ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଛି । ଫିଲ୍ମର ବିଷୟବସ୍ତୁ ଡାକ୍ତରୀ ଭାଇଚାରା ବିରୁଦ୍ଧରେ ହିଂସାକୁ ଉସୁକାଏ ନାହିଁ କିମ୍ବା ପ୍ରଶଂସିତ କରେନାହିଁ ବୋଲି ସିବିଏଫସି ପକ୍ଷରୁ କୁହାଯାଇଛି । ନଭେମ୍ବର ରିଲିଜ୍ ଡେଟ୍ ଫାଇନାଲ ହେବା ପୂର୍ବରୁ ଫିଲ୍ମର ପ୍ରତିଟି ସିନ୍ ଡାଇଲଗ୍ ଓ କାହାଣୀକୁ ରିଭ୍ୟୁ କରାଯାଇଛି ବୋଲି କୁହାଯାଇଛି ।
BREAKING NEWS
- ବରଗଡ ବିଜେପୁରରେ ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି
- ସନ୍ନି ଦେଓଲଙ୍କ ‘ସୂର୍ଯ୍ୟ’ ଟିଜରକୁ ନେଇ ବିବାଦ, IMAଓ AIIMS ଦିଲ୍ଲୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି
- ଫ୍ରାନ୍ସରେ ଶନିବାର ବଡ଼ ବିକ୍ଷୋଭ: ସୁରକ୍ଷା ପାଇଁ ୭୦,୦୦୦ ପୋଲିସ ମୁତୟନ
- ଆସନ୍ତାକାଲି କୋଟିଆକୁ ନେଇ ସର୍ବଦଳୀୟ ବୈଠକ;ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ କହିଲେ ରାଜସ୍ବ ମନ୍ତ୍ରୀ
- Bomb Threats: ମୁମ୍ବାଇରେ ବିସ୍ଫୋରଣ ନେଇ ମେୟରଙ୍କୁ ଇମେଲ୍, ହାଇଆଲର୍ଟ
- Police Seize Brown Sugar:୨୦ ଲକ୍ଷର ବ୍ରାଉନସୁଗାର ଜବତ:୨ ଗିରଫ; ୫ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
- No PUC, No Fuel: ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ନୂଆ ନିୟମ
- Project Lakshya: ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଲକ୍ଷ୍ୟ’; ଗ୍ରାମାଞ୍ଚଳ ଝିଅଙ୍କ ଫୁଟବଲ ସ୍ୱପ୍ନକୁ ଦେଉଛି ନୂଆ ଉଡାଣ…
- ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଐତିହାସିକ ରାୟ; ଫେରିଲା ୧୧ ଏକର ଜମି
- ଗୁରୁଗ୍ରାମରେ ବିଦ୍ୟୁତ୍ କର୍ମଚାରୀଙ୍କ ଧର୍ମଘଟ, ପ୍ରତିବାଦରେ ଲୋକଙ୍କ ବିକ୍ଷୋଭ
