Latest Odisha News

BREAKING NEWS

ଆପ୍ ସରପଂଚଙ୍କ ପୁଅକୁ ଗୁଳିମାଡ, ପୂର୍ବ ଶତ୍ରୁତା ସନ୍ଦେହ

ପଂଜାବ: ପଂଜାବର ଆମୃତସରରେ ଅଭାବନୀୟ ଘଟଣା । ଅମୃତସରର ଏକ ଗାଁରେ ଥିବା ଗୁରୁଦ୍ୱାରରୁ ବାହାରିବା ବେଳେ ଆପ୍ ସରପଂଚଙ୍କ ପୁଅକୁ ଗୁଳି କରି ହତ୍ୟା ଅଭିଯୋଗ ହୋଇଛି । ବାଇକରେ ଆସି ଅତର୍କିତ ଗୁଳି ଚାଳନାରେ ତିରଥ୍ ସିଂହଙ୍କ ମୃତ୍ୟୁ ହୋଇଛି । ତିରଥଙ୍କ ସହ ଥିଲେ ତାଙ୍କ ବନ୍ଧୁ ରଂଜୀତ୍ ସିଂହ । ସେ ମଧ୍ୟ ଗୁଳିମାଡରେ ଆହତ ହୋଇଥିବା ସୂଚନା ମିଳିଛି । ସୋମବାର ରାତିରେ ଗୁରୁଦ୍ୱାରରୁ ବାହାରୁଥିବା ବେଳେ ଦୁଇ ବାଇକ ଆରୋହୀ ପହଂଚି ୭ରୁ ୮ରାଉଣ୍ଡ ଗୁଳି ଚଳାଇ ସେଠାରୁ ପଳାଇଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଇଲେ । ତିରଥ୍ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ତିରଥଙ୍କ ବନ୍ଧୁ ରଂଜୀତ ସିଂହଙ୍କ ଚିକିତ୍ସା ଜାରି ରହିଛି । ତେବେ ପୂର୍ବଶତ୍ରୁତାରୁ ଗୁଳିମାଡ ହୋଇଥିବା ପୋଲିସ ସନ୍ଦେହ କରୁଛି ।

ସେପଟେ କିନ୍ତୁ ପରିବାରଲୋକଙ୍କ କହିବା କଥା ୨ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ନିଶାଦ୍ରବ୍ୟ ସେବନରୁ ବାରଣ କରିଥିଲେ । ସେ ଏହି କାଣ୍ଡ ଭିଆଇପାରେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ତିରଥଙ୍କ ମା ହେଉଛନ୍ତି ସରପଂଚ । ପରିବାରଲୋକଙ୍କ ଅଭିଯୋଗ ଅନୁସାରେ ଥାନାରେ ୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗୁରଦିତ୍ ସିଂହ, ଗୁରଜାନ୍ତସିଂହ ଓ ହରକିରତ ସି୍‌ଂହା ସେହି ସମାନ ଗାଁର ବାସୀନ୍ଦା । ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସର ଛାନବିନ୍ ଜାରି ରହିଛି ।

Leave A Reply

Your email address will not be published.