ଭୁବନେଶ୍ୱର: ଭୀଷଣ ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ର ପ୍ରଭାବକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ୟାପକ ସୁରକ୍ଷାମୂଳକ ପଦକ୍ଷେପ ସ୍ୱରୂପ ଅନେକ ଟ୍ରେନ୍ ବାତିଲ କରାଯାଇଛି । ବିଶେଷ କରି ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଦେଇ ଚଳାଚଳ କରୁଥିବା ଟ୍ରେନ୍ ଗୁଡ଼ିକ ଏହା ଦ୍ୱାରା ପ୍ରଭାବିତ ହୋଇଛି। ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨୧ ଟ୍ରେନ୍ ବାତିଲ୍ କଲା ECoR। ରେଳବାଇ ସୂଚନା ଅନୁଯାୟୀ, ଯାତ୍ରୀମାନଙ୍କ ସୁରକ୍ଷା ଲାଗି ପୂର୍ବତଟ ରେଳପଥ (ECoR) ଏବଂ ସାଉଥ୍ କୋଷ୍ଟ ରେଳୱେ (SCoR) ପକ୍ଷରୁ ଅକ୍ଟୋବର ୨୭ ରୁ ନଭେମ୍ବର ୪ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ନିଆଯାଇଛି।
ରେଳବାଇ ସୂଚନା ଅନୁଯାୟୀ, ରାୟଗଡ଼ା ଯାଏଁ ଯିବାଆସିବା କରିବ ହୀରାଖଣ୍ଡ ଏକ୍ସପ୍ରେସ୍। ଭୁବନେଶ୍ୱର-ସିକନ୍ଦରାବାଦ ଏକ୍ସପ୍ରେସ୍ ୨୯ ତାରିଖ ଯାଏଁ ବାତିଲ ହୋଇଛି। ଭୁବନେଶ୍ୱର-ପୁଣେ ସାପ୍ତାହିକ ଏକ୍ସପ୍ରେସ ଆଜି ପାଇଁ ବାତିଲ୍ କରାଯାଇଛି। ସେହିପରି ୨୮ ତାରିଖରେ ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ ବାତିଲ୍ ହୋଇଛି। ୩୧ ତାରିଖ ଯାଏଁ କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ୍ ବାତିଲ ହୋଇଛି। କୋରାପୁଟ-ବିଶାଖାପାଟଣା ପାସେଞ୍ଜର ୩୧ ଯାଏଁ ବାତିଲ୍ ହୋଇଛି। ରାଉରକେଲା-ଜଗଦଳପୁର ଏକ୍ସପ୍ରେସ୍ ୨୯ରୁ ୪ଯାଏଁ ବାତିଲ୍ ହୋଇଛି।
ବାତ୍ୟାର ଗତିପଥ ଓ ବିପଦକୁ ଦେଖି ରେଳବାଇ ଭିନ୍ନ ଭିନ୍ନ ରୁଟ୍ର ଟ୍ରେନ୍ ବାତିଲ୍ ଏବଂ ଗତିପଥ ପରିବର୍ତ୍ତନ କରୁଛି। ବିଭିନ୍ନ ଜୋନ୍ ପକ୍ଷରୁ ୧୨ ରୁ ଅଧିକ ପ୍ରମୁଖ ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ ଓ କିଛି ସର୍ଟ ଟର୍ମିନେଟ୍ କରାଯାଇଛି। ବିଶାଖାପାଟଣା–କିରଣ୍ଡୁଲ, ରୌରକେଲା–ଜଗଦଲପୁର, ହାୱଡ଼ା-ସେକୁନ୍ଦରାବାଦ ଏବଂ ଓଡ଼ିଶା-ଆନ୍ଧ୍ର ସଂଯୋଗ କରୁଥିବା ଅନେକ ଲାଇନ୍ ପ୍ରଭାବିତ ହୋଇଛି ।

