Latest Odisha News

BREAKING NEWS

ଜେନେରେଟର ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ;୩ ଗୁରୁତର

ବାଂଶପାଳ: ଜେନେରେଟର ଗ୍ୟାସରେ ସମସ୍ତେ ଶ୍ୱାସରୁଦ୍ଧ ଚାଲିଗଲା ଯୁବକମାନଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ସୁଡୁଙ୍ଗ ଗାଁରେ। ଗାଁରେ ଲକ୍ଷ୍ମୀପୂଜା ଚାଲିଥିଲା । ଲାଇନ୍ ଚାଲିଯିବା ପରେ ଗତକାଲି ରାତିରେ ୫ଜଣ ପିଲା ଗୋଟିଏ ଘରେ ଜେନେରେଟର୍ ଲଗାଇ କବାଟ, ଝରକା ବନ୍ଦ କରି ଶୋଇ ପଡିଥିଲେ । ଜେନେରେଟର ଗ୍ୟାସରେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ପଡ଼ିଥିଲେ।
ସକାଳୁ କବାଟ ନ ଖୋଲିବାରୁ ଗାଁଲୋକେ ସେମାନଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲକୁ ନେଇଥିଲେ।

ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ଅନ୍ୟ ୩ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।

ମୃତକ ସୁଡୁଙ୍ଗ ଗାଁର ରାଜେନ୍ଦ୍ର ସାଆନ୍ତ ଓ ନିତୁ ସାଆନ୍ତ। ଗୁରୁତର ଜଗନ୍ନାଥ ଗିରି, ପ୍ରଶାନ୍ତ ଦେହୁରୀ, ନିରଦାଶ ଦେହୁରୀ।ଘଟଣା ସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.