Latest Odisha News

BREAKING NEWS

ମୁମ୍ବାଇ ଇଣ୍ଡିଆନ୍ସ ହେଲା ସବୁଠାରୁ ଦାମୀ ଟିମ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ଧନୀ କ୍ରିକେଟ୍ ଲିଗ୍ ‘ଇଣ୍ଡିଆନ୍ ପ୍ରିମିୟର ଲିଗରେ ପାଞ୍ଚଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ  ସବୁଠାରୁ ଦାମୀ ଫ୍ରାଞ୍ଚାଇଜି ଭାବେ ଉଭା ହୋଇଛି । ସ୍ପୋର୍ଟିଫୋର ୨୦୨୬ ମୂଲ୍ୟାଙ୍କନ ରିପୋର୍ଟ ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସର ମୋଟ ଆନୁମାନିକ ମୂଲ୍ୟ ୨.୧ ବିଲିୟନ୍ ଡଲାର (ପ୍ରାୟ ୨୦,୦୦୦ କୋଟି ଟଙ୍କାରୁ ଅଧିକ) ଛୁଇଁଛି । ସେହିପରି ସମଗ୍ର ଆଇପିଏଲ୍‌ର ସମୁଦାୟ ବ୍ରାଣ୍ଡ୍ ଭାଲ୍ୟୁ ଏବେ ୧୭ ବିଲିୟନ୍ ଡଲାରରେ ପହଞ୍ଚିଥିବା ବେଳେ, ପ୍ରତ୍ୟେକ ଟିମ୍‌ର ହାରାହାରି ମୂଲ୍ୟ ୧୬,୦୦୦ କୋଟି ଟଙ୍କାରୁ ଅଧିକ ରହିଛି । ମୁମ୍ବାଇ(୨୦,୦୦୦ କୋଟି ଟଙ୍କାରୁ ଅଧିକ), ଅନ୍ୟ ଦୁଇ ଲୋକପ୍ରିୟ ଦଳ ଆରସିବି(୧୭,୦୦୦ କୋଟି ଟଙ୍କାରୁ ଅଧିକ)  ଏବଂ ସିଏସକେ(୧୬,୫୦୦ କୋଟି ଟଙ୍କାରୁ ଅଧିକ)କୁ ପଛରେ ପକାଇ ଦେଇଛି ।

୨୦୦୮ରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁମ୍ବାଇ ଫ୍ରାଞ୍ଚାଇଜିକୁ ୧୧୧.୯ ମିଲିୟନ୍ ଡଲାରରେ କିଣିଥିଲା । ସେତେବେଳେ ଏହା ଆଇପିଏଲ୍‌ର ସବୁଠାରୁ ଦାମୀ ଟିମ୍ ଥିଲା । ଆଜି ଏହାର ମୂଲ୍ୟ ନିଜର ମୂଳ ଦାମ୍‌ଠାରୁ ପ୍ରାୟ ୧୯ ଗୁଣା ଅଧିକ ହୋଇସାରିଛି ।  ଆସନ୍ତା ବର୍ଷ (୨୦୨୭) ନାଏକି ଦୀର୍ଘ ୧୯ ବର୍ଷ ପରେ ଆଇପିଏଲ୍‌କୁ ଫେରୁଛି ଏବଂ ମୁମ୍ବାଇ ଇଣ୍ଡିଆନ୍ସର କିଟ୍ ପାର୍ଟନର ଭାବେ କାର୍ୟ୍ୟ କରିବ । କୋଲକାତା ନାଇଟ୍ ରାଇଡର୍ସ ଟିମ୍ ୭୫.୦୯ ମିଲିୟନ୍ ଡଲାରରେ କିଣାଯାଇଥିଲା, ଯାହା ଏବେ ୨୩ ଗୁଣା ବୃଦ୍ଧି ପାଇ ଦ୍ୱିତୀୟ ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଟିମ୍ ପାଲଟିଛି ।  ସୂଚନାଯୋଗ୍ୟ ଯେ, ୨୦୨୬ ସିଜନ୍‌ରେ ପ୍ରତ୍ୟେକ ଆଇପିଏଲ୍ ଟିମ୍ ହାରାହାରି ୭୪.୪ ମିଲିୟନ୍ ଡଲାର (ପ୍ରାୟ ୬୨୦ କୋଟି ଟଙ୍କା) ରୋଜଗାର କରିଛନ୍ତି ।

Leave A Reply

Your email address will not be published.