ବେଙ୍ଗାଳୁରୁ: ବିଶ୍ୱର ସବୁଠାରୁ ଦ୍ରୁତତମ ଧାବକ ଉସେନ୍ ବୋଲ୍ଟଙ୍କୁ ପଛରେ ପକାଇଲେ କର୍ଣ୍ଣାଟକର ଶ୍ରୀନିବାସୀ ଗୌଡା । ସେ ମଇଁଷି ଦୌଡ ପ୍ରତିଯୋଗିତାରେ ଭାଗ ନେଇ ୯.୫୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରିମ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆର ଭାଇରାଲ ହୋଇଛି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରନ୍ ରିଜିଜୁ ଏ ବିଷୟରେ ଜାଣିବା ପରେ ପରୀକ୍ଷଣ ପାଇଁ ଶ୍ରୀନିବାସଙ୍କୁ ଭାରତୀୟ ଖେଳ ପ୍ରାଧିକରଣ (ସାଇ)କୁ ଟ୍ୱିଟ୍ କରି ଡାକିଛନ୍ତି ।
Yes @PMuralidharRao ji. Officials from SAI have contacted him. His rail ticket is done and he will reach SAI centre on monday. I will ensure top national coaches to conduct his trials properly. We are team @narendramodi ji and will do everything to identity sporting talents! https://t.co/RF7KMfIHAD
— Kiren Rijiju (@KirenRijiju) February 15, 2020
କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଛନ୍ତି, ମୁଁ ସାଇର ମୁଖ୍ୟ କୋଚ୍ଙ୍କ ଜରିଆରେ ଶ୍ରୀନିବାସଙ୍କୁ ପରୀକ୍ଷଣ ପାଇଁ ଡକାଇଛିି । ଅଲିମ୍ପିକ୍ସରେ ଆଥଲେଟିକ୍ସ ବିଷୟରେ ସାଧାରଣ ଲୋକଙ୍କୁ ଠିକ୍ ଭାବେ ଜଣାନଥାଏ । ଅଲିମ୍ପିକରେ ଭାଗ ନେବାକୁ ହେଲେ ମଣିଷର ଶକ୍ତି ଓ ଧୌର୍ଯ୍ୟ ରହିବା ଦରକାର । ଏବେ ଦେଶରେ କୌଣସି ପ୍ରତିଭାଶାଳୀ ଆଥଲେଟ୍ ସୁଯୋଗରୁ ବଂଚିତ ରହିବେ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ।
ଦକ୍ଷିଣ କନ୍ନଡ ଜିଲ୍ଲାର ଶ୍ରୀନିବାସ ପାରମ୍ପରିକ କ୍ରୀଡା କମ୍ବାଲ ରେସ୍ରେ ଦୌଡି ରାତାରାତି ଲୋକପ୍ରିୟା ହାସଲ କରିଛନ୍ତି । ଶ୍ରୀନିବାସଙ୍କ ଦୌଡ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଉସେନ୍ ବୋଲ୍ଟଙ୍କ ସହ ତୁଳନା କରୁଛନ୍ତି । ଉକ୍ତ ପ୍ରତିଯୋଗିତାରେ ଶ୍ରୀନିବାସ ୧୩.୬୨ ସେକେଣ୍ଡରେ ୧୪୨.୫ ମିଟର ଦୌଡ ପୂରା କରିଥିଲେ । ଏହା ପରେ ତାଙ୍କର ହାରାହାରି ବେଗକୁ ନେଇ ଗଣନା ଆରମ୍ଭ କରାଯାଇଥିଲା, ଯେଉଁଥିରେ ସେ ୯.୫୫ ସେକେଣ୍ଡରେ ୧୦୦ ମିଟର ଦୌଡିଥିବା ଜଣାପଡିଥିଲା । ବୋଲ୍ଟ ୧୦୦ ମିଟର ଦୂରତାକୁ ୯.୫୮ ସେକେଣ୍ଡରେ ଅତିକ୍ରମ କରିଥିବା ବେଳେ ଶ୍ରୀନିବାସ ଏଥିପାଇଁ ତାଙ୍କଠାରୁ ୦.୦୩ ସେକେଣ୍ଡ ନେଇଛନ୍ତି ।
Comments are closed.