Latest Odisha News

BREAKING NEWS

ଆସୁଛି ଆଉ ଏକ ବାତ୍ୟା; ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଲଘୁଚାପ ସକ୍ରିୟ ରହିଛି ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନା ଦେଇଛି ।

ଆଗାମୀ ୬ ଘଣ୍ଟା ଭିତରେ ଏହା ଅବପାତ ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ବାତ୍ୟା ସୃଷ୍ଟି ହେବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି।

ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏହାର ଗତିବିଧି ଉପରେ ନଜର ରଖାଯାଇଛି ଏବଂ ପରିସ୍ଥିତିରେ ପରିବର୍ତ୍ତନ ଆସିଲେ ଅପଡେଟ୍ ପ୍ରଦାନ କରାଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଅକ୍ଟୋବର ୩୧ ଅର୍ଥାତ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିମି ଓ ଝଟକା ପବନର ବେଗ ୫୫ କିମି ରହିବ। ମଧ୍ୟାହ୍ନ ପରେ ପବନର ବେଗ ବଢ଼ି ସର୍ବାଧିକ ୬୦ କିମି ରହିପାରେ। ନଭେମ୍ବର ୧ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ଓ ବେଳେବେଳେ ଏହା ୬୫ କିମି ଛୁଇଁ ପାରେ। ନଭେମ୍ବର ୩ ଯାଏ ପବନର ସର୍ବାଧିକ ବେଗ ୭୦ କିମି ରହିବ। ନଭେମ୍ବର ୨ରୁ ୩ ତାରିଖରେ ପଶ୍ଚିମକେନ୍ଦ୍ରୀୟ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ମଧ୍ୟ ପବନର ବେଗ ସର୍ବାଧିକ ୭୦ କିମି ରହିପାରେ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ଏ ନେଇ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ଏବଂ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଉଥିବା ପରାମର୍ଶଗୁଡ଼ିକୁ ପାଳନ କରିବାକୁ କୁହାଯାଉଛି ।

Leave A Reply

Your email address will not be published.