Latest Odisha News

BREAKING NEWS

ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଅନଲାଇନରୁ ଚୋରି ଶିକ୍ଷା, ବୁର୍ଖା ପିନ୍ଧି ବନ୍ଦ ଘରକୁ ଟାର୍ଗେଟ୍

ହାଇଦ୍ରାବାଦ୍‌: ଆଲିସାନ୍ ଜୀବନଶୈଳୀ ସୌକ୍ । ସୌକ୍ ପୁରା କରିବାକୁ ଟଙ୍କା ଇନକମ୍‌ର ଏମିତି ରାସ୍ତା ବାଛିଲେ, ଶେଷରେ ହାଜତରେ ପଶିଲେ ମହିଳା । ସୌକ୍ ପୁରା କରିବାକୁ ଚୋରି କଲେ ହାଇଦ୍ରାବଦର ଜଣେ ୨୫ ବର୍ଷିୟ ମହିଳା ପାଗା ଜୟା । ଇଂଟରନେଟରୁ ଶିଖିଲେ ଚୋରିର ମହାବିଦ୍ୟା । ବନ୍ଦ ଘରକୁ କରିଥିଲେ ଟାର୍ଗେଟ୍ । ତାପରେ ବୁର୍ଖା ପିନ୍ଧି ଘରେ ପଶି ବୁଲାଉଥିଲେ କଳା କନା । ପ୍ରାୟ ୫ଟି ଘରେ ଚୋରି ପରେ ଧରାପଡିଛନ୍ତି ଏହି ଇଂଟରନେଟ୍ ଶିଖିତ ଚୋରଣୀ । ବନ୍ଦ ଘରୁ ସୁନା ଅଳଙ୍କାର, ନଗଦ ଟଙ୍କା ଏବଂ ଆଇଫୋନ୍ ଚୋରି କରିଥିବା ଅଭିଯୋଗରେ ମହିଳାଙ୍କୁ ଗିରଫ କରିଛି ପୋଲିସ । ତାଲା ପଡିଥିବା ଘର କେମିତି ଖୋଲିବ, ସେନେଇ ସ୍ୱାମୀଙ୍କ ଅଜାଣତରେ ଅନଲାଇନରେ ଶିଖିଲେ ତାପରେ ବୁର୍ଖା ପିନ୍ଧି କାମକୁ ଅଂଜାମ ଦେଉଥିଲେ । ମହିଳାଙ୍କଠାରୁ ଆନୁମାନିକ ମୋଟ୍ ୭୦ ଲକ୍ଷ ଟଙ୍କାର ସୁନା ଗହଣା, ଟଙ୍କା ଓ ଆଇଫୋନ୍ ଜବତ କରିଛି ପୋଲିସ ।

ତାଲା ପଡିଥିବା ଘର ଖୋଲୁଥିବା ବେଳେ ସିସିଟିଭି ଫୁଟେଜରେ ନଜର ଆସିଥିଲେ ମହିଳା । ଫୁଟେଜରେ ମହିଳା କିପରି ବୁର୍ଖା ପିନ୍ଧି ଘରେ ପଶୁଛନ୍ତି ତାହା ଦେଖିବାକୁ ମିଳିଛି । ପୁରା ଶରୀର ଲୁଚିବା ପରି କଳା ଗାଉନ୍‌, ମୁଣ୍ଡରେ ସ୍କାର୍ଫ, ହାତରେ ଗ୍ଲୋବ୍ସ ପିନ୍ଧିଥିବାର ଦେଖିବାକୁ ମିଳିଛି, ଚୋରି ଜିନିଷ ନେବାପାଇଁ ଗୋଟିଏ ବ୍ୟାଗ୍ ମଧ୍ୟ ପିଠିରେ ପଡିଥିବା ଦେଖିବାକୁ ମିଳିଛି । ବିଳାସପୂର୍ଣ୍ଣ ଜୀବନ ବଂଚିବାକୁ ଯାଇ ଅପରାଧର ରାସ୍ତା ବାଛିଥିବା ମହିଳାଙ୍କୁ ପୋଲିସ ଗିରଫ କରି ତାଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିନେଇଛି ।

 

Leave A Reply

Your email address will not be published.