କନ୍ଧମାଳ: ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ମୁରାସୁ’ ସମୟ କ୍ରମରେ ଅଧିକ ସକ୍ରିୟ ହେବାରେ ଲାଗିଛି । ୨୫ କିମି ବେଗରେ ମାଡ଼ି ଚାଲିଛି ବାତ୍ୟା ‘ମୁରାସୁ’ । ସ୍ଥଳଭାଗ ଛୁଇଁଲା ବେଳେ ବାତ୍ୟା ସମୟର ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବ ବୋଲି ଆଶା କରାଯାଉଛି । ବାତ୍ୟା ପୂର୍ବରୁ ଆକ୍ସନକୁ ଆସିଛି କନ୍ଧମାଳ ଜିଲ୍ଲା ପ୍ରଶାସନ । ବାତ୍ୟା ଆସୁଥିବାର କନ୍ଧମାଳ ଜିଲ୍ଲାପାଳ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ।
ବାତ୍ୟାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଗାମୀ ୨ ଦିନ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନଓ୍ୱାଡି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ୩ ଓ ୪ ତାରିଖ ବନ୍ଦ ରହିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବାତ୍ୟା ମୁରାସୁ ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଏହି ସବୁ ସ୍କୁଲକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ରହିଛି ।
ସେପଟେ, ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି। ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ପାଇଁ ମାଲକାନଗିରିରେ ବ୍ୟାପକ ସତର୍କତା। ୪ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି।
