Latest Odisha News

ରେଲୱେ ଇ-ଟିକେଟିଂ ଜାଲିଆତି ଘଟଣା; ଦଲାଲ ଗିରଫ

ଭୁବନେଶ୍ୱର: ରେଲୱେ ଇ-ଟିକେଟିଂ ଜାଲିଆତି ଘଟଣାରେ ଆଜି ଜଣେ ଦଲାଲକୁ ରେଳବାଇ ସୁରକ୍ଷା ବଳ ଗିରଫ କରିଛି । ଗିରଫ ଦଲାଲ ରେଳବାଇ ଅଧିନିୟମ ଉଲ୍ଲଙ୍ଘନ କରି ଇ-ଟିକେଟ ବିକ୍ରି କରିବା ପାଇଁ ଏକାଧିକ ଭିନ୍ନ ଭିନ୍ନ ଆଇଆରସିଟିସି ଆକାଉଣ୍ଟର ବ୍ୟବହାର କରୁଥିଲା ।

ଏକ ଗୁପ୍ତ ସୂଚନା ଆଧାରରେ ଆରଫିଏଫ୍ ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକକୁ ଗିରଫ କରି ଏକାଧିକ ଆଇଆରସିଟିସି ଖାତା ଜବତ କରିଛି । ଯାହା ମାଧ୍ୟମରେ ସେ ୫୦୦ରୁ ଅଧିକ ଇ-ଟିକେଟ୍ ବିକ୍ରି କରିଥିଲା ।

ଆରପିଏଫ ଆଇଆଇସି କେ.ସେଠୀ କହିଛନ୍ତି କି, ପ୍ରାଥମିକ ଯାଂଚରୁ ଜଣାପଡିଛି ଯେ, ଦଲାଲ ଜଣକ ୨୦୧୬ରୁ ଏହି ଜାଲିଆତି କାରବାରରେ ଲିପ୍ତ ଅଛନ୍ତି ଓ ନିଜ ଗ୍ରାହକଙ୍କ ଠାରୁ ୧୦୦ରୁ ୨୦୦ ଟଙ୍କା ଅଧିକ ମାଗୁଥିଲେ । ଅଧିକ ଯାଂଚ ପରେ ସମସ୍ତ ତଥ୍ୟ ଜଣାପଡିବ ।

Leave A Reply

Your email address will not be published.