ନୂଆଦିଲ୍ଲୀ: ବାରମ୍ବାର ଚୟନରେ ଅବହେଳା ଓ ନିରାଶା ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର ସେ ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଧଳା ଜର୍ସିକୁ ବିଦାୟ ଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି।
ବିଶ୍ବକ୍ରିକେଟରେ ନିଜର ଘାତକ ପେସ୍ ଏବଂ ସୁଇଙ୍ଗ୍ ପାଇଁ ପରିଚିତ ୩୬ ବର୍ଷୀୟ ସାମି ଭାରତ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳି ୨୭.୧୭ ହାରରେ ୩୬୪ଟି ୱିକେଟ୍ ଅକ୍ତିଆର କରିଛନ୍ତି। କିନ୍ତୁ ଗତ କିଛି ବର୍ଷ ହେବ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଚୟନକର୍ତ୍ତାଙ୍କ ନଜର ପଡ଼ିନଥିଲା। ବାରମ୍ବାର ଦଳରୁ ବାଦ୍ ପଡ଼ିବା ଏବଂ ଚୟନ ନିରାଶା ଯୋଗୁଁ ସେ ଏଭଳି କଠିନ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଘରୋଇ ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିଥିଲେ ବି ଜାତୀୟ ଦଳ ର ଚୟନକର୍ତ୍ତାଙ୍କ ନଜର ସାମିଙ୍କ ଉପରେ ଜମାରୁ ବି ପଡୁନଥିଲା ।
ନିଜର ଭାବପ୍ରବଣ ବାର୍ତ୍ତାରେ ସାମି କହିଛନ୍ତି ଯେ ଦେଶ ପାଇଁ ଟେଷ୍ଟ ଜର୍ସି ପିନ୍ଧିବା ତାଙ୍କର ସବୁଠୁ ବଡ଼ ସ୍ବପ୍ନ ଥିଲା। ପ୍ରତ୍ୟେକ ୱିକେଟ୍, ସଂଘର୍ଷ, ଆଘାତ ଏବଂ ପ୍ରତ୍ୟାବର୍ତ୍ତନ ତାଙ୍କୁ ଜୀବନରେ ବହୁତ କିଛି ଶିଖାଇଛି।
