ନୂଆଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଲୋକର ଏହି ପର୍ବକୁ ଖୁସି ଓ ଉତ୍ସାହର ସହ ପାଳନ କରନ୍ତୁ ବୋଲି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଶର ବୀର ଯବାନଙ୍କ ସହ ମୋଦି ଦୀପାବଳି ପାଳନ କରିବେ ବୋଲି କହିଛନ୍ତି । ଶନିବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ସେମାନଙ୍କ ଜୀବନର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ମୋଦି । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦୀପାବଳି ଅବସରରେ ସମଗ୍ର ଦେଶ ଆଲୋକମୟ ହୋଇଛି । ଏହି ପର୍ବକୁ ଅନ୍ଧକାର ବିରୁଦ୍ଧରେ ଦେଶର ସଂକଳ୍ପର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି ସେ । ପୁରା ଦେଶବାସୀଙ୍କ ପରି ପ୍ରଧାନମନ୍ତ୍ରୀ ମଧ୍ୟ ଦୀପାବଳି ପର୍ବକୁ ଖୁବ୍ ଉତ୍ସାହର ସହ ପାଳନ କରନ୍ତି, ପ୍ରତିବର୍ଷ ବୀର ଯବାନଙ୍କ ସହ ଏହି ଦିନଟି ବିତାଇବା ପରମ୍ପରାରେ ପରିଣତ ହୋଇଛି । ତେଣୁ ଚଳିତ ବର୍ଷ ମଧ୍ୟ ସେ ଦୀପାବଳି ପାଳିବେ ଯବାନଙ୍କ ସହ ବୋଲି କହିଛନ୍ତି ।
ଏହାସହ ପ୍ରଧାନମନ୍ତ୍ରୀ ଉପରଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଆଦାନପ୍ରଦାନ କରିଥିବା କହିଛନ୍ତି ।
