ଆଗାମୀ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ ପାଇଁ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳର ଅଧିନାୟକ ଭାବେ ୨୬ ବର୍ଷୀୟ ବ୍ୟାଟର ସ୍ୱସ୍ତିକ ସାମଲଙ୍କୁ ନିଯୁକ୍ତ କରାଯାଇଛି । ନିକଟରେ ଝାଡ଼ଖଣ୍ଡ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ରେ ୮୦ ରନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଓଡ଼ିଶାକୁ ମ୍ୟାଚ୍ ଡ୍ର’ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସିଲେକ୍ସନ୍ କମିଟି ଚେୟାରମ୍ୟାନ୍ କୁଳମଣି ପରିଡ଼ା ଏବଂ ଓଡ଼ିଶା ଦଳର କୋଚ୍ ପ୍ରଭଞ୍ଜନ ମଲ୍ଲିକ ୨୦ ଜଣିଆ ଦଳର ନାମ ଘୋଷଣା କରିଛନ୍ତି । ଏହି ଦଳ କୋଲକାତାରେ ଖେଳାଯିବାକୁ ଥିବା ଏଲିଟ୍ ଗ୍ରୁପ୍-ଊ ମ୍ୟାଚ୍ ଗୁଡ଼ିକ ପାଇଁ ଗସ୍ତ କରିବ ।
ଓଡ଼ିଶା ଦଳ : ସ୍ୱସ୍ତିକ ସାମଲ (ଅଧିନାୟକ), ଶୁଭ୍ରାଂଶୁ ସେନାପତି, ଓମ୍ ଟି. ମୁଣ୍ଡେ, ଗୌରବ ଚୌଧୁରୀ, ଆଦିତ୍ୟ ରାଉତ, କାର୍ତ୍ତିକ ବିଶ୍ୱାଳ, ଅଭିଷେକ ଯାଦବ, ସୌମ୍ୟ ରଞ୍ଜନ ବିଶ୍ୱାଳ, ଆଶୀର୍ବାଦ ସ୍ୱାଇଁ (ୱିକେଟକିପର), ସୌରଭ ଗୌଡ଼ (ୱିକେଟକିପର), ସର୍ବେଶ୍ୱର ମହାନ୍ତି, ସୌମ୍ୟ ରଞ୍ଜନ ଲେଙ୍କା, ନିନାଦ ରାଠୱା, ଲଲିତ ଯାଦବ, ଦେବବ୍ରତ ପ୍ରଧାନ, ବାଦଲ ବିଶ୍ୱାଳ, ବାଗୀଶ ଶର୍ମା, ପ୍ରଦୀପ ପ୍ରଧାନ, ବିମଲ କୁମାର, ଓମକାର ମହାନ୍ତି ।
ଓଡ଼ିଶାର ମ୍ୟାଚ୍ ସୂଚୀ : ନଭେମ୍ବର ୧୪: ଓଡ଼ିଶା ବନାମ ଗୁଜରାଟ(କୋଲକାତା), ନଭେମ୍ବର ୧୬: ଓଡ଼ିଶା ବନାମ ବିଦର୍ଭ(ସଲ୍ଟଲେକ), ନଭେମ୍ବର ୧୮: ଓଡ଼ିଶା ବନାମ ଛତିଶଗଡ଼(ସଲ୍ଟଲେକ), ନଭେମ୍ବର ୨୦: ଓଡ଼ିଶା ବନାମ ଉତ୍ତରାଖଣ୍ଡ(କୋଲକାତା), ନଭେମ୍ବର ୨୨: ଓଡ଼ିଶା ବନାମ ଗୋଆ(କୋଲକାତା) ନଭେମ୍ବର ୨୪: ଓଡ଼ିଶା ବନାମ ମୁମ୍ବାଇ(କୋଲକାତା), ନଭେମ୍ବର ୨୬: ଓଡ଼ିଶା ବନାମ ହାଇଦ୍ରାବାଦ(ସଲ୍ଟଲେକ)
