Latest Odisha News

BREAKING NEWS

ପୋଲିସର ମେଗା ପ୍ରସ୍ତୁତି: ପର୍ବପର୍ବାଣୀରେ ଅପରାଧୀଙ୍କ ଉପରେ କଡା ନଜର

ଭୁବନେଶ୍ୱର: ଚାଲିଛି ପାର୍ବଣ ଋତୁ। ଏହି ସମୟରେ ପୋଲିସର ମେଗା ପ୍ରସ୍ତୁତି। ଅପରାଧୀଙ୍କ ଉପରେ ରହିବ କଡ଼ା ନଜର। ୨୪ ଘଣ୍ଟିଆ ନଜରରେ ରହିବେ ଅପରାଧୀ। କାଳୀପୂଜା ପାଇଁ ଯାଜପୁରରେ ୨୨ ପ୍ଲାଟୁନ୍, ପୁରୀରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି। ଗୁଜବ ପ୍ରଚାରକାରୀଙ୍କୁ ଧରିବାକୁ ହେବ ୨୪ ଘଣ୍ଟିଆ ମନିଟରିଂ ଚାଲିଛି।

ନଭେମ୍ବରରୁ ଡିସେମ୍ବର ଯାଏଁ ବିଭିନ୍ନ ଧାର୍ମିକ ଉତ୍ସବ ଓ ମେଳାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି, ଯାଜପୁର କାଳୀପୂଜା ପାଇଁ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୧୦ ଜଣ DSP, ୮୫ ଜଣ SI ଓ ASI ଏବଂ ପ୍ରାୟ ୪୦୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି । ପୁରୀରେ ହବିଷ୍ୟାଳିଙ୍କ ସୁରକ୍ଷା ପାଇଁ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରାୟ ୨୩୦୦ ହବିଷ୍ୟାଳିଙ୍କ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ପୋଲିସ କର୍ମଚାରୀ । ରହଣି ସ୍ଥଳରେ ୬ ପ୍ଲାଟୁନ୍ ଏବଂ ଶ୍ରୀମନ୍ଦିର ଭିତର ଓ ଚାରିପାଖରେ ପ୍ରାୟ ୨୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଅଛନ୍ତି ।

ଆଗକୁ ପୁରୀରେ ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । କଟକ ଧବଳେଶ୍ୱରରେ ବଡ଼ଓଷା ପାଇଁ ୧୬ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ମିଥ୍ୟା ଖବର, ଗୁଜବ ଓ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟକୁ ରୋକିବା ପାଇଁ ୨୪ ଘଣ୍ଟିଆ ମନିଟରିଂ ଚାଲିଛି। ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ।

Leave A Reply

Your email address will not be published.