Latest Odisha News

BREAKING NEWS

ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ଦୁର୍ବୃତ୍ତମାନେ ଫେରାର

ବ୍ରହ୍ମପୁର: ପୁଣି ଅଶାନ୍ତ ବ୍ରହ୍ମପୁର। ଦୀପାବଳିରେ ରକ୍ତରଞ୍ଜିତ ହେଲା ସହର। ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଯୋଗିଆପଲ୍ଲୀରେ ଯୁବକଙ୍କୁ ନିର୍ମମ ହତ୍ୟା। ଗାଁ ଦାଣ୍ଡରେ ସନ୍ତୋଷ ପାତ୍ର ଓରଫ ସନ୍ତୁକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ପ୍ରତିବାଦ କରିବାରୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ସନ୍ତୋଷଙ୍କ ବାପା ବି. ତାମ୍ମେୟ ଗୁରୁତର। ତେବେ ହତ୍ୟା ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆସି ସନ୍ତୋଷଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ସନ୍ତୋଷ । ତେବେ ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଦୀପାବଳି ଭଳି ପର୍ବରେ ଏଭଳି ହତ୍ୟାକାଣ୍ଡ ଘଟିବା ଘଟଣାକୁ ଆହୁରି ସମ୍ବେଦନଶୀଳ କରିଛି ।

ଶନିବାର ଗାଁରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ କିଛି ଯୁବକଙ୍କ ସହ ସନ୍ତୁର ପାଟି ତୁଣ୍ଡ ହୋଇଥିଲା । କିଛି ଯୁବକ ଷ୍ଟେଜ୍ ଉପରେ ନାଚ କରିବାକୁ କହିଥିବା ବେଳେ ସନ୍ତୁ ଏହାକୁ ବାରଣ କରିଥିଲା। ପରେ ଆଜି ସକାଳେ ୫ଜଣ ଯୁବକ ସନ୍ତୋଷଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହାକୁ ଦେଖି ବାପା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ। ସନ୍ତୋଷଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ତାଙ୍କ ବାପା ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୫ ଅଭିଯୁକ୍ତଙ୍କ ନାଁରେ ମାମଲା ଦାଏର ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି। ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ. ପି ଆଲୋକ ଜେନା।

 

Leave A Reply

Your email address will not be published.