Latest Odisha News

BREAKING NEWS

କୋଲକାତାରେ ୨୫ବର୍ଷୀୟ ଯୁବକଙ୍କୁ ହତ୍ୟା ଅଭିଯୋଗ, ଲିଭ୍‌-ଇନ୍ ପାର୍ଟନର ଗିରଫ

କୋଲକାତା: ଦକ୍ଷିଣ କୋଲକାତାର ଗରିଆ-ଫର୍ତାବାଦ ଅଂଚଳରେ ଥିବା ଏକ ଭଡା ଘରେ ଅଭାବନୀୟ ଘଟଣା ଘଟିଛି । ଶନିବାର ରାତିରେ ସାମାନ୍ୟ ଏକ ଯୁକ୍ତିତର୍କ ପରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ସହ ରହୁଥିବା ମହିଳା ସାଥୀ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମାମଲାରେ ସଂଚାଳିକା ବସୁ ନାମକ ମହିଳା ଓ ତାଙ୍କ ମା ମୌମିତା ବସୁଙ୍କୁ ଗିରଫ କରିଛି । ମୃତକ ହେଉଛନ୍ତି ସାର୍ଥକ ସରକାର । ତାଙ୍କ ଘର ବାରାସାତରେ । ପୋଲିସ ସୂଚନା ଅନୁସାରେ, ସାର୍ଥକ ଫର୍ତାବାଦରେ ଏକ ଭଡା ଘରେ ସଂଚାଳିକା ନାମକ ଯୁବତୀଙ୍କ ସହ ଲିଭ୍‌-ଇନରେ ରହୁଥିଲେ । ଶନିବାର ରାତିରେ ଉଭୟ ପ୍ରେମିକ-ପ୍ରେମିକାଙ୍କ ମଧ୍ୟ ଯୁକ୍ତିତର୍କ ହେବା ପରେ ଏହି ଘଟଣା ଘଟିଥିଲା । ଏହି ବିବାଦ ସମୟରେ ସଂଚାଳିକା ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ସାର୍ଥକଙ୍କ କାନ୍ଧକୁ ଆକ୍ରମଣ କରିଥିଲେ । ଏହା ପରେ ସରକାରଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଏ ପୁରା ଘଟଣାରେରେ ସଂଚାଳିକାଙ୍କ ମାଙ୍କ ଭୂମିକା ଉପରେ ସନ୍ଦେହ ଉପୁଜିଛି । ପୋଲିସ ସନ୍ଦେହ କରୁଛି, ସଂଚାଳିକାଙ୍କ ମା ମୌମିତା ବସୁ ମଧ୍ୟ ହତ୍ୟାକାଣ୍ଡରେ ସାମିଲ ଥାଇପାରନ୍ତି । ଉଭୟ ମହିଳାଙ୍କୁ ଗିରଫ କରାଯାଇଛି । ଏବଂ ସରକାରଙ୍କ ମୃତ୍ୟୁ ପର୍ପ୍ୟନ୍ତ ଘଟିଥିବା ଘଟଣାକ୍ରମ ଜାଣିବା ପାଇଁ ତଦନ୍ତକାରୀ ଅଧିକାରୀ ମାନେ ସେମାନଙ୍କୁ ପଚରାଉଚରା କରୁଛନ୍ତି । ଉଭୟ ଦମ୍ପତିଙ୍କ ମଧ୍ୟରେ କେଉଁ ପରିସ୍ଥିତିରେ ଯୁକ୍ତିତର୍କ ହେଲା ଏବଂ ଏହି କଥିତ ହତ୍ୟାକାଣ୍ଡ ପଛରେ କଣ ଉଦ୍ଦେଶ୍ୟ ଥାଇପାରେ, ସେନେଇ ପୋଲିସ ତଦନ୍ତ ଜାରି ରହିଛି । ତଦନ୍ତକାରୀ ଅଧିକାରୀ ମାଙ୍କ ସନ୍ଦିଗ୍ଧ ଭୂମିକା ତଥା ଆକ୍ରମଣ ସମୟରେ ସେ ଫ୍ଲାଟରେ ଉପସ୍ଥିତ ଥିଲେ କି ନାହିଁ, ସେ ବିଷୟରେ ଯାଂଚ ଚାଲିଛି । ଏବେ ମଧ୍ୟ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.