ଦୋହା: କତାରର ଦୋହାଠାରେ ଚାଲିଥ୍ରିବା ଆଇଏସ୍ଏସ୍ଏଫ୍ ବିଶ୍ୱ ଚାମ୍ପିୟନସିପ୍ରେ ଭାରତୀୟ ମହିଳା ସୁଟରମାନେ ଗୌରବ ଆଣିଦେଇଛନ୍ତି । ମହିଳା ୨୫ ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ମନୁ ଭାକର, ଇଷା ସିଂହ ଏବଂ ଦିବ୍ୟା ସୁବ୍ୱାରାଜୁଙ୍କ ଟିମ୍ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛି । ମାତ୍ର ବ୍ୟକ୍ତିଗତ ଫାଇନାଲ୍ ରାଉଣ୍ଡରେ ଉଭୟ ମନୁ ଏବଂ ଇଷା ଲସ୍ ଆଞ୍ଚେଲସ୍ ୨୦୨୮ ଅଲିମ୍ପିକ୍ କୋଟା ହାସଲ କରିବାରୁ ଅଳ୍ପକେ ବଞ୍ଚିଯାଇଛନ୍ତି । ମନୁ ଭାକର, ଇଷା ସିଂହ ଏବଂ ଦିବ୍ୟାଙ୍କ ତ୍ରିପୁରୀ ମିଳିତ ଭାବେ ୧୭୬୧ ସ୍କୋର୍ କରି ଦକ୍ଷିଣ କୋରିଆ (ସିଭର୍ସ) ଏବଂ ଭଏତନାମ (ବ୍ରୋଞ୍ଜ) କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ବ୍ୟକ୍ତିଗତ ଇଭେଣ୍ଟ ଫାଇନାଲ୍ ରାଉଣ୍ଡରେ ଇଷା ସିଂହ ଅଷ୍ଟମ ସ୍ଥାନରେ ଏବଂ ମନୁ ଭାକର ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ । ଏହି ଇଭେଣ୍ଟରେ ୩ଟି ଅଲିମ୍ପିକ୍ କୋଟା ଉପଲବ୍ଧ ଥିଲେ ମଧ୍ୟ ସେମାନେ ଟପ୍-୩ରେ ସ୍ଥାନ ପାଇବାରେ ବିଫଳ ହୋଇଥିଲେ । ଏହି ଚାମ୍ପିୟନସିପ୍ରେ ଭାରତର ଅନ୍ୟ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କରି ପଦକ ଜିତିଛନ୍ତି । ପୁରୁଷ ୫୦ ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ରବିନ୍ଦ୍ର ସିଂହ, ସୌରଭ ଚୌଧରୀ ଓ ଅମନପ୍ରୀତ ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ନିବେଦିତା ବେଲୁର ନାୟର ବ୍ରୋଞ୍ଜ ଏବଂ ଜୟପାଲ ମାଲବୀୟ ରୌପ୍ୟ ପଦକ ହାସଲ କରିଛନ୍ତି ।
