Latest Odisha News

BREAKING NEWS

ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ବସ୍‌ର ଭଡ଼ା କେତେ?

ଭୁବନେଶ୍ୱର: ଏଣିକି ବସ୍‌ରେ ଯାତ୍ରା ହେବ ମହଙ୍ଗା। କାରଣ ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର। ଡିଜେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ଏବଂ ସରକାରଙ୍କ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କରାଯାଇଛି। ନୂଆ ନିର୍ଦ୍ଧାରିତ ଦର ଅନୁଯାୟୀ, ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୧୮ ପଇସା ହୋଇଥିବା ବେଳେ ଏକ୍ସପ୍ରେସ୍ ବସ୍ ଭଡ଼ା ୧ ଟଙ୍କା ୨୪ ପଇସା ଧାର୍ଯ୍ୟ କରାଯାଇଛି।

ସେହିପରି ସେମି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୩୦ ପଇସା ଏବଂ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୪୧ ପଇସା କରାଯାଇଛି। ଏସି ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୯୯ ପଇସା ଓ ସୁପର ପ୍ରିମିୟମ ବସ୍ ପାଇଁ ୩ ଟଙ୍କା ୨୧ ପଇସା ଧାର୍ଯ୍ୟ ହୋଇଛି।

ଅନ୍ୟପଟେ ସ୍ଲିପର ଏସି କୋଚ୍ ବସ୍ ଭଡ଼ା କିଲୋମିଟର ପିଛା ୪ ଟଙ୍କା ୬୧ ପଇସା ରଖାଯାଇଛି। ଏହି ନୂଆ ଭଡ଼ା ନିର୍ଦ୍ଧାରଣ ଫଳରେ ଘରୋଇ ବସ୍‌ରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଏଣିକି ଅଧିକ ଭଡ଼ା ଦେବାକୁ ପଡ଼ିବ। ତୈଳ ଦରରେ ପରିବର୍ତ୍ତନକୁ ଆଧାର କରି ସ୍ୱୟଂକ୍ରିୟ (Automation) ବ୍ୟବସ୍ଥା ଅନୁଯାୟୀ ଏହି ବସ୍ ଭଡ଼ା ବୃଦ୍ଧି କରାଯାଇଛି।

Leave A Reply

Your email address will not be published.