ବ୍ୟୁରୋ: ଭେଟେରାନ ବଲିଉଡ ଅଭିନେତା ପରେଶ ରାୱଲଙ୍କ ଅଶ୍ଚର୍ଯ୍ୟଜନକ ମନ୍ତବ୍ୟ । ଗୁରୁତର ଗୋଡ ଆଘାତରୁ ଉପଶମ ପାଇଁ ୧୫ଦିନ କାଳ ନିଜ ପରିସ୍ରା ନିଜେ ପିଇଥିଲେ ପରେଶ । ଏନେଇ ଏକ ସାକ୍ଷାତକାରରେ ମନ୍ତବ୍ୟ ପରେ ସବୁଠି ଫ୍ୟାନ୍ ମହଲରେ ଚର୍ଚ୍ଚା । କୌଣସି ଡାକ୍ତର ନୁହଁନ୍ତି ପୂର୍ବତନ ଆକ୍ସନ ଡିରେକ୍ଟର ତାଙ୍କୁ ଏହି ପରାମର୍ଶ ଦେଇଥିଲେ । ଯାହା ସେ ଅନୁସରଣ କରିଥିଲେ ବୋଲି କହିଛନ୍ତି ପରେଶ । ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ ତାଙ୍କୁ ଏହି ପରିସ୍ରା ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ପରେଶ । ବୀରୁଙ୍କ ପରାମର୍ଶ ୧୫ ଦିନ କାଳ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ପରେଶ । ପ୍ରତିଦିନ ସେ ନିଜ ପରିସ୍ରା ଔଷଧ ପରି ସେବନ କରୁଥିଲେ । ଏବଂ ଗୋଡର ଆଘାତ ଶୀଘ୍ର ଭଲ ହୋଇଯାଇଥିଲା ବୋଲି ସେ କହିଛନ୍ତି । ଏମିତିକି ଏହାକୁ ୟୁରିନ୍ ଥେରାପୀ ବା ୟୁରୋଥେରାପି ବୋଲି କୁହାଯାଏ ବୋଲି କହିଛନ୍ତି । ଯେଉଁ ଗୋଡ ଆଘାତ ୨ରୁ ୩ମାସ ଲାଗିଥାନ୍ତା ତାଙ୍କୁ ଠିକ ହୋଇ ପୁଣି କାମକୁ ଫେରିବାକୁ ହେଲେ ଗୋଟେ ମାସରେ ପରେଶ ଫିଟ୍ ହୋଇଗଲେ ବୋଲି ଏକ ଇଂଟରଭ୍ୟୁରେ କହିଛନ୍ତି ପରେଶ ।
ରାଜକୁମାର ସନ୍ତୋଶୀଙ୍କ ‘ଘାତକ’ ଫିଲ୍ମର ସୁଟିଂ ବେଳେ ଆହତ ହୋଇଥିଲେ ପରେଶ । ଆଣ୍ଠୁ ମାଡି ପଡିଯାଇଥିବା ବେଳେ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା । ପ୍ରଥମେ ନାନାବତୀ ହସ୍ପଟିଲା ନିଆଯାଇଥିଲା । ସେତେବେଳେ ପରେଶ ନିଜ ଫିଲ୍ମ କ୍ୟାରିଅରରେ ଫୁଲ ଷ୍ଟପ୍ ଲାଗିଗଲା ଭାବି ଟେନସନରେ ଥିଲେ । ବୀରୁ ଦେବଗନଙ୍କ ପରିସ୍ରା ଥେରାପୀ ତାଙ୍କୁ ପୁରା ଫିଟ୍ କରାଇଦେଲା । ଏମିତିକି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ତାଙ୍କର ସ୍ପିଡ୍ ରିକଭରି ଦେଖି । ଏମିତିକି ପରିସ୍ରାକୁ ପରିସ୍ରା ଭାବି ଖରାପ ଭାବନା ସହ ନୁହେଁ ଔଷଧ ଭାବି ଟିକେ ଟିକେ କରି ପିଉଥିଲେ, ଆଉ ସମୟ ପୂର୍ବରୁ ସୁସ୍ଥ ହୋଇଗଲେ ବୋଲି କହିଛନ୍ତି ପରେଶ ।
କ’ଣ ଏହି ୟୁରିନ୍ ଥେରାପି ?
ଏହା ନିଜେ ନିଜର ପରିସ୍ରା ସେବନ କରିବାକୁ ବୁଝାଏ । ବୃକକ୍ ରକ୍ତକୁ ଛାଣିବା ସମୟରେ ଅତିରିକ୍ତ ପାଣି ଓ ବର୍ଜ୍ୟବସ୍ତୁକୁ ବାହାର କରିଦିଏ । ଫଳରେ ପରିସ୍ରା ସୃଷ୍ଟି ହୁଏ । କ୍ଲିଭଲାଣ୍ଡ କ୍ଲିନିକ୍ ଅନୁସାରେ ସୁସ୍ଥ ବ୍ୟକ୍ତିଙ୍କ ପରିସ୍ରାରେ ପ୍ରାୟ ୯୫ ପ୍ରତିଶତ ପାଣି ଥାଏ ଏବଂ ଅବଶିଷ୍ଟ ଅଂଶରେ ୟୁରିଆ, ୟୁରିକ ଏସିଡ, କ୍ରିଏଟିନାଇନ, ଇଲେକ୍ଟ୍ରୋଲାଇଟ୍ ଓ ଜୀବାଣୁ ଭଳି ପଦାର୍ଥ ରହିଥାଏ । ତଥାପି ପାଣି ଏବଂ କିଛି ପ୍ରାକୃତିକ ଭାବରେ ହେଉଥିବା ପଦାର୍ଥର ଉପସ୍ଥିତି ଅର୍ଥ ନୁହେଁ ଯେ, ପରିସ୍ରାରେ ଚିକିତ୍ସା ଗୁଣ ଅଛି । ପରିସ୍ରା ଜୀବାଣୁମୁକ୍ତ ବୋଲି କହିବା ଏକ ଭୁଲ ଧାରଣା ବୋଲି କହିଛି କ୍ଲିଭଲାଣ୍ଡ କ୍ଲିନିକ୍ । ରାୱଲଙ୍କ କାହାଣୀକୁ ଡାକ୍ତରୀ ଭାବରେ ପ୍ରତିଷ୍ଠିତ ଚିକିତ୍ସାର ସମର୍ଥନ ପରିବର୍ତ୍ତେ ସେ ବ୍ୟକ୍ତିଗତ ବାବେ ଅନୁଭବ କରିଥିବା କିଛି ବିଷୟରେ ଏକ ଉପାଖ୍ୟାନ ଭାବରେ ବିବେଚନା କରାଯିବା ଉଚିତ । ବ୍ୟକ୍ତିଗତ ଅଭିଜ୍ଞତା ଆକର୍ଷଣୀୟ ହୋଇପାରେ । କିନ୍ତୁ ସେଗୁଡିକ ବୈଜ୍ଞାନିକ ପ୍ରମାଣ କିମ୍ବା ବୃତ୍ତିଗତ ଚିକିତ୍ସା ମାର୍ଗ ଦର୍ଶନକୁ ବଦଳାଇପାରିବ ନାହିଁ ।
