Latest Odisha News

BREAKING NEWS

କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଚଢ଼ାଉ, ୪ ଅଭିଯୁକ୍ତ ଅଟକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଡାରି ରେଞ୍ଜ ନାଇରା ସେକ୍ସନ କଣ୍ଣପାଡୁ ନିକଟରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବାଘ ଛାଲ ଡିଲ୍ ବେଳେ ଜଙ୍ଗଲ ବିଭାଗ କର୍ମଚାରୀ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ଚାରି ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେବା ସହ ବାଘ ଛାଲ ଟିକୁ ମଧ୍ୟ ଜବତ କରାଯାଇଛି ।

ରାୟଗଡ଼ା ଡିଏଫ୍ଓ ସଚିନ ଆନ୍ନା ସାହେବ ଓହଲଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଜଣ ଏସିଏଫ୍ ସଚ୍ଚିଦାନନ୍ଦ ସେଠୀ, ସତୀଶ କୁମାର ଧାରୁଆ ଓ ଗୁଣପୁର ରେଞ୍ଜର ପ୍ରଦୀପ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା I ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ବାଘ ଛାଲ ଚାଲାଣ ବେଳେ ଧରାପଡ଼ିଥିଲା।

ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବର୍ତ୍ତମାନ ଗୁଣୁପୁର ରେଞ୍ଜ କାର୍ଯ୍ୟାଳୟରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି I ଏନେଇ ତଦନ୍ତ ଜାରି ରହିଥିବାରୁ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିନାହିଁ I

Leave A Reply

Your email address will not be published.