Loss in Stock Market Investment: ୪କୋଟି ଋଣ ସୁଝିବାକୁ ଘରେ ପଶି ଟଙ୍କା ସୁନା ଲୁଟ୍ ଓ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ
ହାଇଦ୍ରାବାଦ: ଋଣଗ୍ରସ୍ତ ଷ୍ଟକ ମାର୍କେଟ ଇନଭେଷ୍ଟରର ଅମାନବୀୟ କାଣ୍ଡ । ୪ କୋଟିର ଋଣ ସୁଝିବାକୁ ବାଛିଲା ଲୁଟ୍ ଓ ହତ୍ୟା ପରି ଜଘନ୍ୟ ଅପରାଧର ବାଟ । ପ୍ରତିରକ୍ଷା କ୍ଷେତ୍ରରେ ପିଏସୟୁ ଅଧିକାରୀଙ୍କ ପତ୍ନୀଙ୍କୁ ହତ୍ୟା କରି ଘରେ ବୁଲାଇଲା କଳାକନା । ଘଟଣା ଘଟିଛି ହାଇଦ୍ରାବାଦ ମୀରପଟର ଧତୁ ନଗରରେ । ପ୍ରାଥମିକ ତଦନ୍ତ ଓ ସିସିଟିଭି ଫୁଟେଜ ଯାଂଚ ପରେ ଅଭିଯୁକ୍ତ ୪୪ ବର୍ଷୀୟ ରାଜକୁମାରକୁ ଗିରଫ କରିଛି ପୋଲିସ । ତାଠାରୁ ଲୁଟ୍ ହୋଇଥିବା ସୁନା ଗହଣା ଜବତ କରାଯାଇଛି । ଆର୍ଥିକ ସ୍ଥିତିରେ ସୁଧାର ପାଇଁ ସେ ଏହି ଲୁଟ୍ କରିଥିବା ମାନିଥିବା ପୋଲିସ କହିଛି । ମୃତକ ହେଲେ ୩୪ ବର୍ଷୀୟ ଅନୀତା । ତାଙ୍କ ସ୍ୱାମୀ ଅରୁଣ କୁମାର ଭେନୁଗୋପାଲ ସ୍ଥାନୀୟ ମିଧାନୀରେ ଡେପୁଟି ଜେନେରାଲ ମ୍ୟାନେଜର ଅଛନ୍ତି ।
ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ସକାଳେ ଅରୁଣ ତାଙ୍କର ୨ପିଲାଙ୍କୁ ସ୍କୁଲର ଛାଡନ୍ତି, ଏବଂ ସ୍କୁଲ ସରିଲେ ଅନିତା ସେମାନଙ୍କୁ ଘରକୁ ଆଣନ୍ତି । ହେଲେ ବୁଧବାରର ସେ ସନ୍ଧ୍ୟା ଥିଲା ବ୍ୟତିକ୍ରମ । ସ୍ୱାମୀ ଅରୁଣ ପ୍ରତିଦିନ ପରି ସକାଳେ ପିଲାଙ୍କୁ ସ୍କୁଲରେ ଛାଡି ଅଫିସ ଚାଲିଯାଇଥାନ୍ତି । ଦିନସାରା ଘର କାମ ସାରି ଅପରାହ୍ନରେ ପିଲାଙ୍କୁ ସ୍କୁଲକୁ ଆଣିବାକୁ ଯାଇନଥିଲେ ପତ୍ନୀ ଅନିତା । ପିଲା ନିଜେ ଘରକୁ ଚାଲିଆସି ଦେଖିଲା ବେଳକୁ ମା ଅନୀତା ରକ୍ତାକ୍ତ ଅବସ୍ଥାରେ ଶୋଇବା ଘରେ ପଡିଥିଲେ । ସଙ୍ଗେସଙ୍ଗେ ବାପାଙ୍କୁ ଫୋନ କରିଥିଲେ, ଅନିତାଙ୍କୁ ମେଡିକାଲରେ ଭ ତ୍ତି ର୍ କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା । ଅନୀତାଙ୍କ ମୁଣ୍ଡକୁ ଲୁହା ବାକ୍ସରେ ପିଟାଯାଇଥିଲା । ମୁଣ୍ଡରେ ଗଭୀର ଆଘାତ ଏବଂ ପ୍ରଚୁର ରକ୍ତ ବହିବାରୁ ଅନିତାଙ୍କ ମୃତ୍ୟୁ ହୋଇଥିଲା । ତେବେ ଅନିତାଙ୍କ ମୃତ୍ୟୁ ପରେ ବି ହତ୍ୟାକାରୀ ତାଙ୍କ ବେକକୁ କେବୁଲରେ ଚିପି ମାରିବାକୁ ଉଦ୍ୟମ କରିଥିଲା । କେବଳ ସେତିକି ନୁହେଁ ଅନୀତାଙ୍କୁ ହତ୍ୟା କରିବା ପରେ ୨୧ ଭରିର ସୁନା ଗହଣା ଲୁଟି ନେଇଛି ହତ୍ୟାକାରୀ । ସୁନା ଚୁଡି, ସୁନା, ମୁଦି, ଚେନ୍ ଲୁଟ୍ ହୋଇଛି । ସିସିଟିଭି ଫୁଟେଜ ଯାଂଚ କରିବା ପରେ ତାଙ୍କ ଫ୍ଲାଟରେ ହିଁ ରହିଥିବା ଜଣେ ୪୪ ବର୍ଷୀୟ ଷ୍ଟକ ମାର୍କେଟ ଇନଭେଷ୍ଟର ରାଜ କୁମାର ବୋଲି ଜାଣିବାକୁ ପାଇଥିଲା ପୋଲିସ ।
ଷ୍ଟକ ମାର୍କେଟ ନିବେଶରେ କ୍ଷତି ହେବାରୁ ୪ କୋଟି ଋଣ କରିଥିଲା ହତ୍ୟାକାରୀ ରାଜ କୁମାର । ଆର୍ଥିକ ସ୍ଥିତି ନେଇ ସେ ଏପରି ଚରମ ନିଷ୍ପ ତ୍ତି ନେଇଥିବା ପୋଲିସ କହିଛି । ମହିଳାଙ୍କ ପ୍ରତିଦିନର କାର୍ଯ୍ୟସୂଚୀ ଉପରେ ନଜର ରଖିଥିଲା ଅଭିଯୁକ୍ତ ଅନୀତା ଘରେ ଏକାକି ଥିବା ବେଳେ ଲୁଟ୍ ଉଦ୍ଦେଶ୍ୟରେ ଘରେ ପଶି ପ୍ରଥମେ ଅନୀତାଙ୍କ ମୁଣ୍ଡରେ ଆଘାତ ଦେଇଥିଲେ ପରେ ସୁନା ଲୁଟ୍ କରିଥିଲା । ପୋଲିସ ଅଭିଯୁକ୍ତ ରାଜ କୁମାରକୁ ଗିରଫ କରିବା ସହ ତାଠାରୁ ଲୁଟ ସୁନା ଗହଣା ଜବତ କରିଛି ।
