Latest Odisha News

BREAKING NEWS

ବିହାରରୁ ବେଙ୍ଗଲ୍‌, ବାଘୁଣୀର ସଂଘର୍ଷପୂର୍ଣ୍ଣ ଯାତ୍ରା, ‘ଡୁଆର୍ସ ରାଣୀ’କୁ ସୁହାଉନି ନୂଆ ଠିକଣା

ପଶ୍ଚିମବଙ୍ଗ: ବିହାର ବାଘକୁ ସୁହାଉନି ବେଙ୍ଗଲ ବ୍ୟାଘ୍ର ଅଭୟାରଣ୍ୟ । ୩ ବର୍ଷୀୟା ରୟାଲ ବେଙ୍ଗଲ ବାଘୁଣୀ ଡୁଆର୍ସ ରାଣୀକୁ ଭଲ ଲାଗୁନି ନୂଆ ଠିକଣା । ୨ ଥର ଖୁଆଡରୁ ଖସି ପଳାଇଥିଲା ଏବେ ୩ଟି ଭୃଣ ନଷ୍ଟ ହୋଇଥିବା ଖବର ଚିନ୍ତାର ବିଷୟ ପାଲଟିଛି । ପଶ୍ଚିମବଙ୍ଗରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ବାଘୁଣୀକୁ ବିହାରର ବାଲ୍ମିକୀ ବ୍ୟାଘ୍ର ଅଭୟାରଣ୍ୟରୁ ପଶ୍ଚିମବଙ୍ଗ ସରକାରଙ୍କ ବାଘ ପୁନଃସ୍ଥାପନ ଯୋଜନାରେ ବକ୍ସା ବ୍ୟାଘ୍ର ଅଭୟାରଣ୍ୟକୁ ଅଣାଯାଇଥିଲା । ହେଲେ ନୂଆ ଠିକଣା, ନୂଆ ପରିବେଶ ଓ ପାଣିପାଗ ତାକୁ ରସିଲାନି । ଫଳରେ ଦୁଇ ଦୁଇ ଥର ସେ ତାର ଏନକ୍ଲୋଜରରୁ ଖସି ପଳାଇଲାଣି । ଏଥିପାଇଁ ତା ନାଁ ଡୁଆର୍ସରୁ ‘ପଳାତକ ରାଣୀ’ ବୋଲି ବି ଦିଆଗଲାଣି । ଏବେ କିନ୍ତୁ ବାଘୁଣୀର ଗର୍ଭପାତ କଥା ସାମ୍ନାକୁ ଆସିଛି । ପ୍ରାୟ ୨ମାସର ୩ଟି ଭୃଣ ନଷ୍ଟ ହୋଇଥିବା ସୂଚନା ମିଳିଛି । ଯାହା ପଶ୍ଚିମବଙ୍ଗର ବାଘ ପୁନଃସ୍ଥାପନ ପ୍ରୟାସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୁଚନା ଅନୁସାରେ ସେପଟେମ୍ବର ୨୯ରୁ ଅକ୍ଟୋବର ୨ମଧ୍ୟରେ ଏହି ବାଘୁଣୀକୁ ପ୍ରାୟ ୧୭ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ କାବୁ କରି ବିହାରରୁ ପଶ୍ଚିମବଙ୍ଗ ଅଣା ଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୬ଜଣ ପଶୁ ଚିକିତ୍ସକ ଓ ବିଶେଷଜ୍ଞ ଦଳ ନିୟୋଜିତ ଥିଲେ । କିନ୍ତୁ ସ୍ଥାନାନ୍ତରିତ ପୂର୍ବରୁ ସେ ଗର୍ଭବତୀ ଥିବା ଜଣାପଡିନଥିଲା । ଏବେ ୩ ମାସର ଗର୍ଭପାତ କେମିତି ହେଲା ବୋଲି ପ୍ରଶ୍ନ ଉଠିଛି । ସେପଟେ ବକ୍ସା ଅଭୟାରଣ୍ୟରେ ଛାଡିବା ପରେ ବାଘୁଣୀଟି ଶହେ କିଲୋମିଟର ଆସାମ ରାୟମୋନା ଜାତୀୟ ଉଦ୍ୟାନକୁ ଖସି ପଳାଇଥିଲା । ପୁଣି ତାକୁ ଧରା ଯାଇ ପଶ୍ଚିମବଙ୍ଗ ଫେରାଇ ଅଣାଯାଇଥିଲା । ତାପରେ ଭୃଣ ନଷ୍ଟ କଥା ସାମ୍ନାକୁ ଆସିଛିା ଏନେଇ ସରକାରଙ୍କ ପକ୍ଷରୁ କୌଣସି ବିବୃତି ଜାରି ହୋଇନଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ପରିସ୍ଥିତିର ଯାଂଚ କରୁଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି, କଏଦ କରିବାର ଚାପ, ବାରମ୍ବାର ନିଦ୍ରାକରଣ ଓ ପରିବହନ ଗର୍ଭଧାରଣା କ୍ଷତି କରିପାରେ କି? ଏଯାଏ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନି । ନିର୍ଦ୍ଦିଷ୍ଟ ସମୟସୀମାରେ ତରବରିଆ ଭାବେ ବାଘୁଣୀକୁ ସ୍ଥାନାନ୍ତର କରା ଯାଇଥିଲା କି? ବାଘୁଣୀ ବକ୍ସା ପହଂଚିବା ପୂର୍ବରୁ ଯଥେଷ୍ଟ ବ୍ୟବସ୍ଥା ହୋଇଥିଲା ତ? ଆସାମରୁ ଫେରାଇବା ପରେ କେଉଁ ଆବଦ୍ଧ ସ୍ଥାନରେ ରଖା ଯାଇଥିଲା ତାକୁ ନେଇ ହୋଇଛି ଯାଂଚ । ହରିଣ ରହିବା ସ୍ଥାନରେ ବାଘୁଣୀକୁ ରଖାଯାଇଥିଲା, କାରଣ ସୀମିତ ସମୟରେ ନୂଆ ଆବଦ୍ଧ ସ୍ଥାନ ନିର୍ମାଣ ପାଇଁ ଟଙ୍କା ମଂଜୁର ହୋଇନଥିଲା । ତେଣୁ ଉପଲବ୍ଧ ଭିତ୍ତିଭୂମିରେ ବାଘୁଣୀ ରହିଥିଲା ବୋଲି ବନ ବିଭାଗ କହିଛି । ତେବେ ସେ ହରିଣ ଘର ମଧ୍ୟ ଖୋଳି ଖସି ପଳାଇଥିଲା ବୋଲି ସୂଚନା ରହିଛି । ତେଣୁ ବାଘୁଣୀକୁ ବକ୍ସାକୁ ଆଣିବା ପାଇଁ ଯଥେଷ୍ଟ ପ୍ରସ୍ତୁତି, ଆର୍ଥିକ ସହାୟତା ଓ ବୈଜ୍ଞାନିକ ଯୋଜନା ହୋଇଥିଲା ତ? କାରଣ, ବନ୍ୟଜନ୍ତୁ ଓ ବାଘ ପୁନଃସ୍ଥାପନ ଭିତରେ ଅନେକ ତଫାତ୍ ରହିଛି ।

Leave A Reply

Your email address will not be published.