Latest Odisha News

BREAKING NEWS

ରାଜଧାନୀରେ ବାର୍ଷିକ ଶିଶୁ ମହୋତ୍ସବ-୨୦୨୬, ଶିଶୁଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ପାଇଁ ‘କୋଟିଏ ହସ’

ଭୁବନେଶ୍ୱର: ରାଜଧାନୀରେ ଏକାଠି ହେଲେ ଜନ୍ମରୁ ୬ ବର୍ଷର ପ୍ରାୟ ୭ଶହ ଶିଶୁ ଆଉ ଅଭିଭାବକ । ଅବସର ଥିଲା ଶିଶୁ ଦିବସରେ ବାର୍ଷିକ ଶିଶୁ ମହୋତ୍ସବ ‘କୋଟିଏ ହସ’ର । ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପ କ୍ଷରୁ ଭୁବନେଶ୍ୱର ହରିନଗର ସ୍ଥିତ ମଇଁଷିଖାଲରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କଲ୍ପସ୍ଥିତିରେ ଏହି କୋଟିଏ ହସ, କୋଟିଏ ସ୍ୱପ୍ନ ଓ ଭବିଷ୍ୟତର ନୂଆ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୁସ୍ଥ ଓ ଆନନ୍ଦମୟ ଶୈଶବ ଗଠନରେ ଅଭିଭାବକଙ୍କ ଅଧିକ ସମ୍ପୃକ୍ତି ପାଇଁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଶିଶୁର ପ୍ରାରମ୍ଭିକ ବର୍ଷ ଗୁଡିକରେ ସ୍ନେହ, ଯତ୍ନ, ମମତା ହିଁ ପିଲାଟିର ଭବିଷ୍ୟତ ମୂଳଦୂଆ ପକାଏ । ତେଣୁ ଶିଶୁଙ୍କ ଭାବପ୍ରବଣ , ସାମାଜିକ ଓ ବୌଦ୍ଧିକ ବିକାଶରେ ସହାୟକ ହେଉଥିବା ପାରମ୍ପରିକ ନାନାବାୟା ଗୀତ, ଗପ ଓ ଆନନ୍ଦମୟ ଭାବ ବିନିମୟକୁ ସଂର କ୍ଷିତ କରିବା ଉପରେ ଗୁରୁତ୍ୱରୋପ କରିଛନ୍ତି ପ୍ରଭାତୀ ପରିଡା ।

ଏହି କାର୍ଯ୍ୟକ୍ରମରେ ଜନ୍ମରୁ ୩ ଓ ୩ରୁ ୬ ବର୍ଷର ପିଲାଙ୍କ ପାଇଁ ପୃଥକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଆକ୍ଟିଭିଟି କଣ୍ଣର୍ରରେ ପିଲାଙ୍କ ଉଦେ୍ଦଶ୍ୟରେ ରଖା ଯାଇଥିବା ପ୍ରଦର୍ଶନୀର ଭରପୁର ଉପଭୋଗ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଶିଶୁମାନେ ଅଭିନୟ ଗୀତ, ନୃତ୍ୟ, ଗପ କହିବା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରି ସେମାନଙ୍କର ସୃଜନଶୀଳତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କର ସଫଳତାକୁ ସ୍ୱୀକୃତି ଦେବା ସହ ସୃଜନଶୀଳ ଅଭିବ୍ୟକ୍ତି ପାଇଁ ଉତ୍ସାହିତ କରିଥିଲେ।

ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ ବ୍ୟତୀତ, ଓଡ଼ିଶାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ‘କୋଟିଏ ହସ’ପାଳନ କରାଯାଇଥିବା ବେଳେ ଜିଲ୍ଲା ସଦର ମହକୁମା ନିକଟସ୍ଥ ମନୋନୀତ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ ମୃଣାଳିନୀ ଦର୍ସୱାଲ, ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି ଏବଂ ପଦାଧିକାରୀମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.